ପ୍ରଥମ ଥର ପାଇଁ ନିର୍ବାଚନରେ ପରାଜିତ ହେଲେ ନବୀନ ପଟ୍ଟନାୟକ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନୀ କ୍ଷେତ୍ରରେ ପରାସ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ସେ ନିର୍ବାଚନରେ ପରାଜିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ତାଙ୍କୁ ପରାସ୍ତ କରି ନୂତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ଗଞ୍ଜାମର ହିଞ୍ଜିଳି ଓ ବଲାଙ୍ଗୀରର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ୁଥିଲେ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୧୬୩୪୪ ଭୋଟରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ମୋଟ ୯୦୮୭୬ ଖଣ୍ଡ ମିଳିଥିବାବେଳେ ବିଜେଡ଼ି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ୭୪୫୩୨ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜାଙ୍କୁ ୨୬୮୩୯ ଖଣ୍ଡ ଭୋଟ ମିଳିଛି। ଏହାସହ ରାଜ୍ୟରେ ମଧ୍ୟ ନବୀନ ପଟ୍ଟନାୟକ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା। ଲୋକସଭାରେ ବିଜେଡ଼ି ଖାତା ଖୋଲି ପାରିନଥିବାବେଳେ ବିଧାନସଭା ନିର୍ବାଚନରେ ୫୧ ଆସନରେ ସନ୍ତୁଷ୍ଟ ହୋଇଛି। ଏପଟେ ବିଜେପି ୭୮ ଆସନ, କଂଗ୍ରେସ ୧୪ ଆସନ ଓ ଅନ୍ୟାନ୍ୟ ୪ ଆସନ ପାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.