ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ନେତୃତ୍ୱରେ ଜୟ ଜଗନ୍ନାଥ ଯୁବକ ସଂଘ ଶେରଗଡ଼ ଓ ନର୍ଲା ବନ ବିଭାଗର ସମସ୍ତ କର୍ମକର୍ତ୍ତା ମାନଙ୍କ ସହଯୋଗରେ ଗୁରୁବାର ଦିନ ଶେରଗଡ଼ ୟୁପି ସ୍କୁଲ ପରିସରରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି। ଆମ ପରିବେଶକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ ତେଣୁ ଆମେ ସମସ୍ତେ ମିଳି ମିଶି ବୃକ୍ଷ ରୋପଣ କରିବା ତାହା କହି ଲୋକମାନଙ୍କୁ ସଚେତନ କରିବାସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପତ ପାଠ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯୁବ ଅଧିକାରୀ କଳାହାଣ୍ଡି ପ୍ରସନ୍ନ କୁମାର ମେହେର, ସମ୍ମାନିତ ଅତିଥି ଭାବରେ ନର୍ଲା ବନାଞ୍ଚଳ ଅଧିକାରୀ ଭାରତ ବନ୍ଧୁ ଶବର, ବନପାଳ ପୂନ୍ୟ ଜାନୀ, ନର୍ଲା ବନପାଳ ଭବାନୀ ଶଙ୍କର ନାୟକ, ବନପାଳ କିଶୋର ଚନ୍ଦ୍ର ସାହୁ, କମଡା ବନପାଳ ରମେଶ ଚନ୍ଦ୍ର ବାଗ, ବନରକ୍ଷୀ ରୀନା ରାଣୀ ପଧାନ, ବନରକ୍ଷୀ ସଂଯୁକ୍ତା ନାୟକ, ସ୍ୱେଚ୍ଛାସେବୀ ହେମସାଗର ସାହୁ, ସ୍ୱେଚ୍ଛାସେବୀ ମିଳନ କୁମାର ଭୋଇ, ସ୍ଵେଚ୍ଛାସେବୀ ଚ୍ଛସେବୀ ସନତ କୁମାର ସାହୁ, ହେମନ୍ତ ସାହୁ ଓ ଜୟ ଜଗନ୍ନାଥ ଯୁବକ ସଂଘ ଶେରଗଡ଼ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଯୁବକବି ଉଦୟନାଥ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.