ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଆରଡବ୍ଲୁଏସଏସ ବିଭାଗର ୨ ବିଆରସି ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଡ୍ରାଇଭରର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଗୁରୁତର ଆହତ ହୋଇଛନ୍ତି ଆରଡବ୍ଲୁଏସଏସ ବିଭାଗର ଦୁଇଜଣ ବିଆରସି। ଆଜି ଜୁନ ୭ ଶୁକ୍ରବାର ସକାଳୁ ଆରଡବ୍ଲୁଏସଏସ ବିଭାଗର ଗୁଲଭେଲା ବିଆରସି ପ୍ରଦ୍ୟୁମ୍ନ ଭୋଇ ଓ ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆ ନିଜ କର୍ମ କ୍ଷେତ୍ରକୁ ଏକ ବାଇକ୍ ଯୋଗେ ଯାଉଥିଲେ। ନର୍ଲା ଥାନା ବୁଢିପଦର ଆଗକୁ ଥିବା ଶବରପଡା ତାରିଣୀ ମନ୍ଦିର ଛକ ବୁଲାଣିରେ ସେମାନଙ୍କ ବାଇକକୁ ବିପରିତ ପଟରୁ ଆସୁଥିବା ମଶାଣିବନ୍ଧର ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଏଥିରେ ଗୁଡଭେଲା ବିଆରସି ପ୍ରଦ୍ୟୁମ୍ନ ଭୋଇଙ୍କ ବାମ ଗୋଡ ଆଣ୍ଠୁର ହାଡ଼ ଭାଙ୍ଗି ବାହାରକୁ ବାହାରି ଆସିଥିଲା। ସେହିଭଳି ଟିଟିଲାଗଡ଼ ବିଆରସି ପ୍ରକାଶ ଚନ୍ଦ୍ର ଡାକୁଆଙ୍କ ଗୋଡ଼ ମଧ୍ୟ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ବୁଢିପଦର ଓ ଶବରପଡାର ଯୁବକମାନେ ପହଞ୍ଚି ଆହତ ଦୁଇ ବିଆରସିଙ୍କୁ ଆମ୍ବୁଲାନ୍ସରେ ନେଇ ପ୍ରଥମେ ନର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ସ୍ଥାନାନ୍ତର କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.