ବୀରମହାରାଜପୁର ନୁହେଁ ମୁଁ ସମଗ୍ର ଜିଲ୍ଲା ପାଇଁ ସମର୍ପିତ  -ବିଧାୟକ ଇଂ ରଘୁନାଥ ଜଗଦଲା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ଅନେକ କାମ କରିବାକୁ ଅଛି। ବିଶେଷ କରି ଜନସାଧାରଣଙ୍କ ଅନେକ ମୌଳିକ ସମସ୍ୟା ତଥା ଶିକ୍ଷା, କୃଷି, ପାନୀୟ ଜଳ, ଗମନା ଗମନ ଓ ବିପର୍ଯ୍ୟସ୍ଥ ସ୍ଵାସ୍ଥ୍ୟ ସେବା ଆଦି ବିଭିନ୍ନ କ୍ଷେତ୍ର ତଥା ସମସ୍ତ ଅଧୁରା ରହିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ମୋର ପ୍ରାଥମିକତା ରହିବ ବୋଲି ଆଜି ଏକ ସ୍ଵତନ୍ତ୍ର ସାକ୍ଷାତକାରରେ ଓଡ଼ିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ପ୍ରତିନିଧି ଦଳଙ୍କୁ ପ୍ରକାଶ କରିଛନ୍ତି ବୀରମହାରାଜପୁରର ନବ ନିର୍ବାଚିତ ଯୁବ ବିଧାୟକ ଇଂ ରଘୁନାଥ ଜଗଦଲା। କେବଳ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ନୁହେଁ ଜିଲ୍ଲାର ସାମଗ୍ରିକ ବିକାଶରେ ମୁଁ ସମର୍ପିତ ବୋଲି ଏଠାରେ ଉପସ୍ଥିତ ଜିଲ୍ଲା କୃଷକ ସଂଗଠନ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ଶ୍ରୀ ଜଗଦଲା ପ୍ରକାଶ କରିଛନ୍ତି ଓ ବିଶେଷ କରି ଜିଲ୍ଲାରେ ମଣ୍ଡିର ଚାଷୀଙ୍କ ସମସ୍ୟା ଓ ବେକାରୀ ସମସ୍ୟାର ସମାଧାନ ଦିଗରେ ଆମ ନୂଆଁ ସରକାରଙ୍କ ସହିତ ଗୁରୁତର ସହ ବିଚାର ବିମର୍ଶ କରିବି ବୋଲି କହିଛନ୍ତି। ଏବଂ ଜିଲ୍ଲାରେ ଅଫିସର ରାଜକୁ ଚେକ୍ ଦେଇ ଜନସଧାରଣଙ୍କ ସେବକ ଭାବରେ ଉତ୍ତମ ସେବା କରିବାକୁ ପରାମର୍ଶ କରିବି ବୋଲି କହି ଏହି ମାଧ୍ୟମରେ ଜନ ବିରୋଧୀ ନୀତିର ପରିବର୍ତ୍ତନ କରାଇ ଲୋକେ ମୋ ପାଖକୁ ଆସିବାକୁ ପଡ଼ିବନି ମୁଁ ଲୋକଙ୍କ ପାଖକୁ ପହଞ୍ଚିବି, ସୁଖ ଦୁଃଖ ରେ ସାମିଲ୍ ହେବି ବୋଲି ସେ କହିଛନ୍ତି। ଜିଲ୍ଲା ସଦରମହକୁମାରେ ଏକ ବୁଦ୍ଧିଜୀବୀ ଓ ସାମ୍ୱାଦିକ ସମ୍ମିଳନୀ କରି ବିଭିନ୍ନ ସବ୍ କମିଟି ମାଧ୍ୟମରେ ଏ କ୍ରାନ୍ତିକାରୀ ମାଟି ତଥା ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରାଇବା ଦିଗରେ ଖୁବ୍ ପ୍ରାଧାନ୍ୟ ଦେବି ବୋଲି ପ୍ରକାଶ କରି ଜନ ସାଧାରଣଙ୍କ ସହଯୋଗ ପାଇଁ ଜିଲ୍ଲା ବାସୀଙ୍କୁ ଶ୍ରୀ ଜଗଦଲା ଭକ୍ତିପୂତ ପ୍ରଣାମ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.