ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଏନଡିଏ ନେତା ନରେନ୍ଦ୍ର ମୋଦୀ । ଆଜି ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲା ଏନଡିଏମେଂଟ । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତିଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଗତ ଦୁଇ ପାଳିରୁ ମିଳିଥିବା ଅନୁଭୁତି ଓ ଅଭିଜ୍ଞତା ତୃତୀୟ ପାଳିରେ କାମରେ ଆସିବ । ଗତ ୧୦ବର୍ଷର ଶାସନରେ ଦେଶ ଦ୍ରୁତ ଗତିରେ ବିକାଶ କରିଛି ଓ ଆଗକୁ ଏହି ଦିଶାରେ ଅଧିକ ବଢ଼ିବ । ରବିବାର ଅର୍ଥାତ ୯ ତାରିଖ ସଂଧ୍ୟା ୬ଟାରେ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସଂସଦର ସେଂଟ୍ରାଲ ହଲରେ ଏନଡିଏ ମେଂଟଭୁକ୍ତ ସଦସ୍ୟ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏନଡିଏ ନେତାଭାବେ ନରେନ୍ଦ୍ର ମୋଦୀ ନିର୍ବାଚିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ଦେଶର ବିକାଶକୁ ତ୍ୱରାନିତ କରିବାକୁ ଏହି ବୈଠକରେ ମୋଦି ନିଜ ପ୍ରତିଶ୍ରୁତିକୁ ଦୋହରାଇଥିଲେ । ନିଜର ଏକଘଂଟାରୁ ଅଧିକ ସମୟ ଧରି ଅଭିଭାଷଣରେ ମୋଦୀ ଅର୍ନ୍ତଜାତୀୟ ସ୍ତରରେ ଗତ ୧୦ବର୍ଷ ଧରି ଭାରତର ନିରନ୍ତର ଭାଗିଧାରୀକୁ ଉଲ୍ଲେଖ କରିଥିଲେ । ସେହିଭଳି ପ୍ରତ୍ୟେକସ୍ତରରେ ସର୍ବସମ୍ମତି ଆଣିବାକୁ ମୋଦୀ ଗୁରୁତ୍ୱ ଦେଇଥିଲେ । ମାତ୍ର ନିଜର ଚିରାଚରିତ ଢ଼ଙ୍ଗରେ କଂଗ୍ରେସର ବର୍ଦ୍ଧିତ ଆସନକୁ କଟାକ୍ଷ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.