ଚତୁର୍ଥ ଥର ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଚତୁର୍ଥ ଥର ପାଇଁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ନିର୍ବାଚନରେ ଆନ୍ଧ୍ରପ୍ରଦେଶରେ ଦମଦାର ପ୍ରଦର୍ଶନ କରିଥିଲା ଟିଡିପି । ବିଧାନସଭାରେ ୧୭୫ ଆସନରୁ ୧୩୫ ଆସନରେ ବିଜୟ ହାସଲ କରିଛି ଚନ୍ଦ୍ରବାବୁ ନାଇଡୁଙ୍କ ଦଳ । ସେହିଭଳି ଲୋକସଭାରେ ୧୬ଟି ଆସନ ହାତେଇଛି ଦଳ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ବଡ ଘୋଷଣା କରିଥିଲେ । ଅମରାବତୀ ଆନ୍ଧ୍ରପ୍ରଦେଶର ଏକମାତ୍ର ରାଜଧାନୀ ହେବ ବୋଲି ସ୍ପଷ୍ଟ କରିଥିଲେ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁଙ୍କ ସହ ଜନସେନା ପାର୍ଟିର ମୁଖ୍ୟ ପବନକଲ୍ୟାଣ ମଧ୍ୟ ନୂଆ ସରକାରରେ ଶପଥ ନେଇଛନ୍ତି । ସେହିଭଳି ଟିଡିପିର ନାରା ଲୋକେଶ ମଧ୍ୟ ଶପଥଗ୍ରହଣ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.