ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ନିକଟବର୍ତ୍ତୀ ମାରୁତି ନଗରରେ ଥିବା ଟ୍ରାନ୍ସଫର୍ମର ଅସୁରକ୍ଷିତ ଭାବେ ରହିଛି। ଏହାର ଚାରିପାଖରେ ସୁରକ୍ଷା ବାଡ ନ ଥିବା ବେଳେ ଉକ୍ତ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସିମେଣ୍ଟ ମଣ୍ଡପ ଉପରେ ବିପଦପୂର୍ଣ୍ଣ ଭାବେ ରଖାଯାଇଛି। ଏଠାକୁ ବିଭିନ୍ନ ସମୟରେ ଗାଈଗୋରୁ ଖାଦ୍ୟ ଅନ୍ୱେଷଣରେ ଆସୁଛନ୍ତି। ତେବେ ଏହି ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗାଈଗୋରୁ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ରହିଛି। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଟ୍ରାନ୍ସଫର୍ମର ଚାରିପାଖରେ ପାଚେରୀ ନିର୍ମାଣ ହୋଇନଥିବା ମାରୁତି ନଗରବାସୀ ପ୍ରକାଶ କରିଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।




