ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ୬୭ଟି ସ୍ଥାନରେ ସିବିଆଇ ରେଡ ହୋଇଛି। ଡାକ ବିଭାଗ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ତନାଘନା କରୁଛି ସିବିଆଇ। ବାଲେଶ୍ୱର, ମୟୁରଭଞ୍ଜ, କଳାହାଣ୍ଡି, ବ୍ରହ୍ମପୁରରେ ଏଭଳି ଜାଲ ସାର୍ଟିଫିକେଟ ନେଇ ହୋଇଥିଲା ଅଭିଯୋଗ। ଆଜି କଳାହାଣ୍ଡି, ନୂଆପଡା, ରାୟଗଡା, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଭଦ୍ରକ ବାଲେଶ୍ୱରରେ ଏହି ରେଡ ଜାରି ରହିଛି। ସୂଚନା ଅନୁଯାୟୀ ୧୩୮୨ଟି ଗ୍ରାମିଣ ଡାକ ସେବକ ପୋଷ୍ଟରେ ଅନିୟମିତତା ଅଭିଯୋଗ ହୋଇଥିଲା। ଆଜି ସକାଳୁ ଆରମ୍ଭ ହୋଇଛି ଏହି ରେଡ। ଚଢ଼ାଉରେ ସିବିଆଇର ୨୦୪ରୁ ଅଧିକ ଅଫିସର ସାମିଲ ଅଛନ୍ତି। ସେଥିମଧ୍ୟରେ ସିବିଆଇର ୧୨୨ ଜଣ ଅଫିସର ଏବଂ ବିଭାଗର ୮୨ ଅଫିସର ଅଛନ୍ତି। ୬୩ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଡାଇରେକ୍ଟୋରେଟ ଅଫ୍ ପୋଷ୍ଟାଲ୍ ସର୍ଭିସ୍ ଭୁବନେଶ୍ବରଙ୍କ ଅଭିଯୋଗ ଆଧାରରେ ଏହି ଚଢ଼ାଉ କରାଯାଉଛି। ସୂଚନାଯୋଗ୍ୟ, ୧,୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନୁସନ୍ଧାନକାରୀ ସଂସ୍ଥାର ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଏହି ନକଲି ପ୍ରମାଣପତ୍ର ପ୍ରଦାନ ପାଇଁ ଦାୟୀ ଆନ୍ତଃରାଜ୍ୟ ସଂଗଠିତ ଗ୍ୟାଙ୍ଗକୁ ଖୋଜିବା ପାଇଁ ସର୍ଚ୍ଚ ଟିମ୍ ଉଦ୍ୟମ କରୁଛନ୍ତି। ନର୍ଲାରେ ମଧ୍ୟ ଗୁରୁବାର ସକାଳୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ରେଡ୍ ଚାଲିଥିଲା। ଏଥିରେ କୈାଣସି ରାଜନୈତିକ ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଇ ଯାଞ୍ଚ ଆରମ୍ଭ କରାଯାଇଥିବା ଜଣାପଡିଛି।