ଜନ୍ମମାଟିରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ମୃତ ସନ୍ତୋଷ ଗୌଡ଼ଙ୍କ ପାର୍ଥିବ ଶରୀର 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କୁଏତର ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ଗୌଡ଼ଙ୍କ ପାର୍ଥିବ ଶରୀର ତାଙ୍କ ନିଜଗାଁ ରଣଝାଲିରେ ଆଜି ଅପରାହ୍ନ ସମୟରେ ପହଞ୍ଚିଛି। ଶବକୁ ଦେଖି କାନ୍ଦ ବୋବାଳିରେ ଘର ଫାଟିପଡୁ। ପିତା, ମାତା, ଆତ୍ମୟ ସ୍ୱଜନ ଶବକୁ ଧରି ବାହୁନି ବାହୁନି କାନ୍ଦୁଥିବାର କରୁଣ ଦୃଶ୍ୟକୁ ଦେଖି ଗାଁରେ ଖେଳି ଯାଇଥିଲା ଶୋକର ଛାୟା। ଏହି ଦୁଖଃଦ ଘଟଣାକୁ ଦେଖି ଉପସ୍ଥିତ ଜନତାଙ୍କ ଆଖିରୁ ବୋହି ଯାଇଥିଲା ଦୁଃଖର ଅଶ୍ରୁ। ତେବେ ଶବ ପାଖରେ ପହଞ୍ଚି ଥିଲେ ଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠି, ଆସ୍କା ଏମପି ଅନିତା ଶୁଭଦର୍ଶିନୀ, ବୁଗୁଡ଼ା ବିଧାୟକ ତଥା ନବ ନିର୍ବାଚିତ ରାଷ୍ଟମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ଗୋପାଳପୁର ବିଧାୟକ ତଥା କେବିନେଟ ମନ୍ତ୍ରୀ ବିଭୁତି ଜେନା, ଅରୁଣ କୁମାର ପଣ୍ଡା, ଯଜ୍ଞ ନାରାୟଣ ଦାଶଙ୍କ ସହିତ ଅନେକ ନେତା, କର୍ମୀ ଶବକୁ ଦର୍ଶନ କରିଥିଲେ। ଏମାନଙ୍କ ସହ ବ୍ଲକ ବିଡ଼ିଓ ମନୋଜ ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା, ଏସଡ଼ିପିଓ ରଜନୀ କାନ୍ତ ସାମଲଙ୍କ ସହ ଥାନା ଷ୍ଟାଫ ଓ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭଗବାନ ପରିଡାଙ୍କ ସହ ହଜାର, ହଜାର ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ। ତେବେ ଗଞ୍ଜାମର ଅଧିକାଂଶ ଲୋକ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବିଦେଶ କୁଯାଇ ଏହିଭଳି ଦୁର୍ଘଟଣା ଓ ହତ୍ୟା ରଶିକାର ହେଉଥିବାର ଦେଖିବାକୁ ମିଳୁଛି, ଦାଦନ ସମସ୍ୟାର ନିରାକରଣ ବିଷୟରେ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠିଙ୍କୁ ପଚାରିବାରୁ ସେମାନେ କହିଲେ – ଦାଦନ ସମସ୍ୟା ଦୂର ପାଇଁ ଏଠାରେ ନିଶ୍ଚିତ ଭାବେ ଶିଳ୍ପ ଓ କାରଖାନା କାର୍ଯ୍ୟକାରୀ ହେବ ଏବଂ ଲୋକମାନେ ଏଠାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଶବ ସଂସ୍କାର କାର୍ଯ୍ୟ ପାଇଁ ବିଡ଼ିଓ ରେଡ଼କ୍ରସ ଫଣ୍ଡ, ଜିଲ୍ଲାପାଳଙ୍କ ଫଣ୍ଡ ଏବଂ ରାଜ୍ୟ ସରକାରଙ୍କ ପାଖରୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବାର ସୂଚନା ଦେଇଛନ୍ତି। ପରେ ଗାଁରେ ସନ୍ତୋଷଙ୍କ ଶବ ସଂସ୍କାର ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.