କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷିତ, ଓଡ଼ିଆରେ ମାନସ ରଂଜନ ସାମଲ ଓ ସଞ୍ଜୟ ପଣ୍ଡା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ଆଜି ଗୁଜୁରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଚଳିତ ବର୍ଷର ବାଲ ସାହିତ୍ୟ ପୁରସ୍କାର ଏବଂ ଯୁବ ପୁରସ୍କାର ଘୋଷିତ ହୋଇଛି। ଏଥର ଗଳ୍ପ ସଂକଳନ ‘ଗପ କଳିକା’ ପାଇଁ ଓଡ଼ିଆ ଭାଷାର ବାଲ ସାହିତ୍ୟ ପୁରସ୍କାର ଲାଭ କରିବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଏବଂ ସଂପାଦକ ମାନସ ରଂଜନ ସାମଲ। ସେହିପରି ଗଳ୍ପ ସଂକଳନ ‘ହୁ ବାଇଆ’ ପାଇଁ ଯୁବ ପୁରସ୍କାର ପାଇବେ ସଂଜୟ କୁମାର ପଣ୍ଡା। କଟକ ଜିଲ୍ଲାରେ ରହୁଥିବା ଶ୍ରୀ ସାମଲ ହେଉଛନ୍ତି ଲୋକପ୍ରିୟ ଶିଶୁ ସାହିତ୍ୟ ପତ୍ରିକା ‘ଝୁମୁକା’ର ସଂପାଦକ। ଏହା ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନରୁ ସମ୍ମାନ ଲାଭ କରିଛନ୍ତି। ସେ ଶିକ୍ଷା ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ। ସେହିପରି ଭଦ୍ରକ ଜିଲ୍ଲାର ଇରମରେ ଜନ୍ମିତ ଯୁବ ଲେଖକ ଶ୍ରୀ ପଣ୍ଡା ବାଲେଶ୍ୱର ଜିଲ୍ଲାର ନଦୀଗାଁ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। ପୁରସ୍କୃତ ପୁସ୍ତକ ବ୍ୟତୀତ ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି କବିତା ସଂକଳନ ‘ହୁଗୁଳି ଗଲାଣି ପେଞ୍ଚ’ ଏବଂ ଗଳ୍ପ ପୁସ୍ତକ ‘ତକିଆ’।  

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ମାଧବ କୌଶିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ୨୪ଟି ଭାଷାର ବାଲଊ ସାହିତ୍ୟ ଏବଂ ୨୩ଟି ଭାଷାର ଯୁବ ପୁରସ୍କାର ଘୋଷଣା କରାଯାଇଛି। ସଂସ୍କୃତ ଭାଷାର ଯୁବ ପୁରସ୍କାର ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଉପସ୍ଥିତ ଥିଲେ। ଏଥର ଓଡ଼ିଆ ଭାଷାର ବାଲ୍ ସାହିତ୍ୟ ପୁରସ୍କାର ପାଇଁ ବିଚାରକ ଥିଲେ ଡକ୍ଟର ତରୁଣ କୁମାର ସାହୁ, ବୀରେନ୍ଦ୍ର ମହାନ୍ତି ଏବଂ ମମତା ଦାଶ। ସେହିପରି ଯୁବ ପୁରସ୍କାରର ବିଚାରକ ଥିଲେ ପ୍ରଫେସର ଗିରିବାଳା ମହାନ୍ତି, ଡକ୍ଟର ହିରଣ୍ମୟୀ ମିଶ୍ର ଏବଂ ନିତ୍ୟାନନ୍ଦ ସାହୁ। ଉଭୟ ପୁରସ୍କାରର ପ୍ରାପକଙ୍କୁ ଦୁଇଟି ସ୍ୱତନ୍ତ୍ର ଉତ୍ସବରେ ତାମ୍ର ଫଳକ ସହିତ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.