୧୨ ବର୍ଷିୟା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଯୁବକ  କୋର୍ଟ ଚଲାଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କେରମୁଡା ଗାଁରେ ଗତ ମାସ ୪ ତାରିଖରେ ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମ ହୋଇଥିବା ଗୋଲାମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା। ଜଣେ ୧୨ ବର୍ଷୀୟା ନାବାଳିକାକୁ ଏହି ଗ୍ରାମର ଜଣେ ଯୁବକ ଗିରିଧର ପାରି (୨୨) ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିବା ପରେ ଗୋଲାମୁଣ୍ଡା ଥାନାରେ ଏ ନେଇ ୭୪/୨୪ ନଂ ରେ ଏକ କେଶ ରୁଜ୍ଜୁ କରାଯାଇଥିଲା। ଗୋଲାମୁଣ୍ଡା ଥାନାଧିକାରୀ ଏହି ଯୁବକ ଜଣକୁ ଗିରଫ କରି ଆଜି ଡାକ୍ତରୀ ମାଇନା କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.