ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଗଡଭିତର ସ୍ଥିତ ବଡ ଜଗନ୍ନାଥ ମନ୍ଦିରରେ ଶନିବାର ମହାପ୍ରଭୂ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁରଙ୍କ ସ୍ନାନ ଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି। ତିନି ଠାକୁରଙ୍କ ସ୍ନାନ ଓ ନୀତି କାନ୍ତି ପରେ ବାଳଭୋଗ, ଅନ୍ନ ଭୋଗ ଲାଗି ମଙ୍ଗଳ ଆରତୀ କରାଯାଇଥିଲା। ସେହିପରି ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ମନ୍ଦିରରେ ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିରରେ ମଧ୍ୟ ରିତୀ ନୀତିରେ ପୂଜାର୍ଚ୍ଚନା କରଯାଇଥିଲା। ମହାପ୍ରଭୁଙ୍କ ଦର୍ଶନ ଲାଭ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଦାଧିବାମନ ମନ୍ଦିର ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିରରେ ଦିନ ସାରା ଭକ୍ତଙ୍କ ଭିଡ ଲାଗି ରହିଥିଲା। ବଡ ଜଗନ୍ନାଥ ମନ୍ଦିରରେ ରାମ ଗୋପାଳ ପୂଜାରୀ, ସୁମନ, ଜୟ ମିଶ୍ର, ରାଜା ପୁଝାରୀ, ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ସେବାୟତ ସ୍ନାନ ପୂର୍ଣ୍ଣିମା ରୀତି ନୀତିରେ ସହଯୋଗ କରିଥିବା ବେଳେ ଦଧିବାମନ ମନ୍ଦିରରେ ସେବାୟତ ଦଧି ବାମନ ପୁଝାରୀ, ସୋମନାଥ ରଥ, ଦେବେସ ମିଶ୍ର, କଲ୍ୟାଣ ପାଢ଼ୀ, ବ୍ରଜ ଗୋପାଳ ପୁଝାରୀ ପୁଜାର୍ଚ୍ଚନାରେ ସହଯୋଗ କରିଥିଲେ ଏବଂ ନିତି କାନ୍ତିରେ ଶ୍ରୀବତ୍ସ ମଲ୍ଲିକ, ଶିବ, କାର୍ତ୍ତିକ ପଧାନ ଓ ପ୍ରଦୀପ ବକ୍ସି ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିରରେ ପଣ୍ଡିତ ରାଜେନ୍ଦ୍ର ମିଶ୍ରଙ୍କ ତତ୍ତ୍ଵାବଧାନରେ ସମସ୍ତ ନିତି କାନ୍ତି ଅନୁଷ୍ଟିତ ହୋଇଥିଲା। ପୀତବାସ ମିଶ୍ର, ମିକୁ ମିଶ୍ର, ବିକନ ମିଶ୍ର, ଶୁଭ୍ରାଂଶୁ ମିଶ୍ର, ବଂଶୀଧର ପଣ୍ଡା ଓ କୁନା ନାଏକ ପ୍ରମୁଖ ସହଯୋଗ କରିଥିଲେ। ଦେବୋତ୍ତର କମିଟିର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକଙ୍କ ତତ୍ୱାବଧାନରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବର ସମସ୍ତ କାର୍ଯ୍ୟକୁ ସମାପନ କରଯାଇଥିଲା।