ମଙ୍ଗଳବାର କାଦମ୍ବିନୀ ଓ କୁନିକଥାର ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ୱର,୧/୭: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଉନବିଂଶ ତଥା ଶିଶୁ କିଶୋର ପତ୍ରିକା ‘କୁନିକଥା’ର ଅଷ୍ଟମ ସ୍ଵନକ୍ଷତ୍ର ଉତ୍ସବ ଆସନ୍ତା ଜୁଲାଇ ୨ ତାରିଖ ସନ୍ଧ୍ୟା ୬ଟାରେ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏହି ଅବସରରେ ଚଳିତ ବର୍ଷ କାଦମ୍ବିନୀ ଓ କୁନିକଥା ପକ୍ଷରୁ ପ୍ରଦାନ କରାଯିବାକୁ ଥିବା ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି।

Omkar Vasthu
Omkar Vasthu

ଚଳିତ ବର୍ଷ ଗୋଲାପ ମଞ୍ଜରୀ କରଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ, ସୌଭାଗ୍ୟବନ୍ତ ମହାରଣାଙ୍କୁ କାଦମ୍ବିନୀ କବିତା ସମ୍ମାନ, ପ୍ରଭାସିନୀ ମହାକୁଡ଼ ଓ ପ୍ରଭାକର ସ୍ୱାଇଁଙ୍କୁ କାଦମ୍ବିନୀ ଅନୁବାଦ ସମ୍ମାନ, ବିଭାବତୀ ଦାଶଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ, ଶ୍ୱେତା ରାଉତଙ୍କୁ କାଦମ୍ବିନୀ ଆମ ରୋଷେଇ ପୁରସ୍କାର, ହରେକୃଷ୍ଣ ଦାସ ଓ ସୁଶ୍ରୀ ଅକ୍ଷତା ଅରୁଣଙ୍କୁ କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା ପାଇଁ ମନୋନୀତ କରାଯାଇଛି। ସେହିପରି ନଗେନ୍ଦ୍ରନାଥ ପଟ୍ଟନାୟକ କୁନିକଥା ପ୍ରିୟ ଲେଖକ ସମ୍ମାନ ଓ ସୁଶ୍ରୀ ଇପ୍ସିତା ବିଶ୍ୱାଳ କୁନିକଥା କୁନି ପ୍ରତିଭା ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷରେ କାଦମ୍ବିନୀ ଗଳ୍ପ ଉନ୍ମେଷ ବିଜେତା ଡିଲେଶ୍ବର ରଣା, ପରମବୀର ଚକ୍ର, ସ୍ବଦେଶ ପାତ୍ର ଏବଂ କାଦମ୍ବିନୀ କାବ୍ୟ ଉନ୍ମେଷ ବିଜେତା ଦୟାନିଧି ପରିଡା, ରଶ୍ମିରଞ୍ଜନ ସାହୁ, ସ୍ୱାଗତିକା ନାୟକଙ୍କୁ ପୁରସ୍କୃତ କରାଯିବ।

Udyog Nursery
Udyogi Nursery

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଯୋଗଦେବାକୁ ଥିବାବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଉଦୟନ ବାଜପେୟୀ ଏବଂ ମୁଖ୍ୟ ବକ୍ତା ଭାବେ ଲେଖକ ତଥା ସାମ୍ବାଦିକ ଆଶୁତୋଷ ଭରଦ୍ୱାଜ ମଞ୍ଚାସୀନ ରହିବେ। ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକ ସଭାପତିତ୍ୱ କରିବେ । ଏଥିରେ ସାରସ୍ବତପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ପତ୍ରିକାର ସମ୍ପାଦିକା ଇତି ସାମନ୍ତ ଓ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନିବେଦନ କରିଛନ୍ତି।

ଗୋଟେ ବି ବାର୍ତ୍ତା ମିସ୍ କରନ୍ତୁନି, ଏଠି କ୍ଲିକ୍ କରି ହ୍ଵାଟ୍ସଆପରେ ଖବର ଓ ବିଚାର ଏଲର୍ଟ ପାଆନ୍ତୁ ବିଲକୁଲ୍ ମାଗଣାରେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.