ବିଦ୍ୟାଳୟ ବନ୍ଦ ନକରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ସୋନପୁର,୨/୭ : ସୋନପୁର ଜିଲ୍ଲା ତରଭା ବ୍ଲକ ପୁରୁଣାପାଣି ଗ୍ରାମର ସରକାରି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏହି ସ୍କୁଲ ବନ୍ଦ ପରେ ଏଠାରେ ପଢୁଥିବା ଛତ୍ରଛାତ୍ରୀଙ୍କୁ ପାଖ ବିଦ୍ୟାଳୟରେ ପଢିବାର ବ୍ୟବସ୍ଥା କରାଯାଇଛି । ପାଖ ବିଦ୍ୟାଳୟକୁ ରାସ୍ତା ନଥିବାରୁ ଛତ୍ରଛାତ୍ରୀ ମାନେ ଯିବା ଆସିବା କରିବା କଷ୍ଟ ସାଧ୍ୟ ହୋଇ ପଡିଛି । ସୂଚନା ଯୋଗ୍ୟ ଯେ, ଏହି ବିଦ୍ୟାଳୟ ୧୯୭୫ ମସିହାରେ ପ୍ରତିଷ୍ଟା ହୋଇଥିଲା । ଅଦିବାସୀ ଛତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ଭୈାଗଳିକ ସ୍ଥିତିକୁ ଦେଖି ଏହି ବିଦ୍ୟାଳୟ ସ୍ଥାପନ ହୋଇଥିବା ଜଣାଯାଏ । ୧୦ ରୁ କମ ଛତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରିବା ପାଇଁ ସରକାର ନିଦ୍ଦେଶ ଦେଇଥିବା ବେଲେ ଏହି ବିଦ୍ୟାଳୟ ୨୦୧୮-୧୯ ବର୍ଷରେ ୧୦ ଜଣ ଛତ୍ରଛାତ୍ରୀ ପଢୁ ଥିବା ବେଲେ ୨୦୧୯-୨୦ ବର୍ଷରେ ୧୫ ଜଣ ଛତ୍ରଛାତ୍ରୀ ପଢୁ ଥିବା ଗ୍ରାମବାସି ପ୍ରକାଶ କରିଛନ୍ତି । ୧୫ ଜଣ ଛତ୍ରଛାତ୍ରୀ ଥିବା ପରେ ବି ଏହି ବିଦ୍ୟାଳୟ ବନ୍ଦ କରିବାର ନିଷ୍ପତି ବଦଳାଇବା ଦାବି ନେଇ ଗ୍ରାମବାସି ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଗ୍ରାମର ଯୁଧିଷ୍ଟିର ହରିପାଲ, ଶୁକଦେବ ସା, ଯୁଗେଶ୍ୱର ହରିପାଲ, ଶିବ ହରିପାଲ, ଯୁଗମଣି କଅଁର, ଜ୍ୟୋସ୍ନା ହରିପାଲ, ବନିତା ସା, ଯଶୋବନ୍ତି କୁଅଁର ପ୍ରମୁଖ ଗ୍ରାମବାସି ଜିଲ୍ଲାପାଳଙ୍କୁ ଭେଟିଥିଲେ ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.