ନର୍ଲାରେ ଦ୍ୱିତୀୟ ଦିନ ରଥଯାତ୍ରା; ଅନୁକୂଳ ପାଗ ଯୋଗୁଁ ପ୍ରବଳ ଭକ୍ତ ସମାଗମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ନର୍ଲାରେ ଦ୍ଵିତୀୟ ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତକାଲି ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ଆତିଥେୟ୍ ଗ୍ରହଣ କରି ଶ୍ରୀ ଜୀଉ ମାନେ ବାଟରେ ଅଟକି ରାତ୍ରୀ ରହଣୀ କରିଥିଲେ ପଞ୍ଚାୟତ କମ୍ପ୍ଲେକ୍ସ ଠାରେ। ଲୋକେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଆଜି ସକାଳୁ ରଥ ଉପରେ ଦର୍ଶନ କରିଥିଲେ। ଅପରାହ୍ନ ୪ ଟା ବେଳେ ନୈବେଦ୍ୟ ଅର୍ପଣ ପରେ ପୂଜାପାଠ କରାଯାଇ ୫.୩୦ ରେ ରଥଟଣା ଅନୁଷ୍ଠିତ ହୋଇଥିଲା। ଆକାଶ ମେଘାଚ୍ଛନ୍ନ ରହିଥିଲେ ମଧ୍ୟ ପାଗ ଅନୁକୂଳ ଯୋଗୁଁ ଯାତ୍ରାରେ ପ୍ରବଳ ଜନ ସମାଗମ ଅନୁଷ୍ଠିତ ହୋଇଥିଲା। ରଥ ଉପରେ ପୂଜକଙ୍କ ସହ ମନ୍ମୟ ଚାନ୍ଦ ଓ ସୁରେନ୍ଦ୍ର ଚାନ୍ଦ ରହି ନଡ଼ିଆ ଭାଙ୍ଗିବାରେ ସହଯୋଗ କରିଥିଲେ। ପଂଚାୟତ କମ୍ପ୍ଲେକ୍ସ ରୁ ରଥଯାଇ ନବୋଦ୍ଦୟ ଛକରେ ଅଟକିଥିଲା। ସେଠାରୁ ପହଣ୍ଡି ବିଜେକରି ଚତୁର୍ଦ୍ଧା ମୂର୍ତ୍ତି ଯାଇଥିଲେ ମାଉସୀ ମନ୍ଦିରକୁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ଚନ୍ଦ୍ର ଶେଖର (ମନ୍ମଥ) ପୂଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ। ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ବିଦ୍ୟାଧର ପତି ଗରୁଡ ବିଗ୍ରହକୁ ଧରିଥିଲେ। ମନ୍ମୟ ଚାନ୍ଦ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ବିଶି ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ପଣ୍ଡା, ପଦ୍ମନାଭ ପଣ୍ଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ବିମଲ କୁମାର କେଡିଆ, ନୀରୁ ଜଡା, ଶରଣ ଚନ୍ଦନ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ। କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Udyog Nursery
Udyogi Nursery

ପ୍ରସିଦ୍ଧ ସଙ୍କୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ସଙ୍କୀର୍ତ୍ତନ ମଣ୍ଡଳୀ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ। ଘଣ୍ଟଦଳ ଘଣ୍ଟ ବାଦ୍ୟ ପରିବେଷଣ କରିଥିଲେ। ମଉସା ମାଉସୀ ଚନ୍ଦ୍ର ଶେଖର ଚାନ୍ଦ ଦମ୍ପତି ଚାତକ ପରି ଚାହିଁ ରହିଥିଲେ ଶ୍ରୀ ଜୀଉ ମାନଙ୍କୁ। ଠାକୁର ମାନଙ୍କୁ ଭୋଗରାଗ ଅର୍ପଣ କରି ମଉସା ମାଉସୀ ପାଛୋଟି ନେଇଥିଲେ ମାଉସୀ ମନ୍ଦିରକୁ। ଆଜିଠୁ ବାହୁଡା଼ ଯାଏଁ ମାଉସୀ ମନ୍ଦିରରେ ପୂଜା ପାଇବେ ଚତୁର୍ଦ୍ଧା ମୂର୍ତ୍ତି। ନର୍ଲା ପୋଲିସ ଟିମ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.