ଥୁଆମୂଳ ରାମପୁର ବ୍ଲକରେ ଶ୍ରୀଗୁଣ୍ଡିଚା ରଥଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାଳିତ ହୋଇଯାଇଛି ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା।ମାଉସୀ ମାଆ ଘରକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ରଥଯାତ୍ରା ଉପଲକ୍ଷେ ପ୍ରାତଃରୁ ମନ୍ଦିର ପୂଜକମାନେ ପହଡ଼ ଖୋଲି ମଙ୍ଗଳ ଆରତି ସକାଳ ୭ଟା ସମୟରେ ବାଲ୍ୟ ଧୂପ ହୋଇଥିଲା। ସାଢେ ୯ଟା ବେଳେ ରଥକୁ ଆଜ୍ଞା ମାଳ ଯିବା ପରେ ପଣ୍ଡାମାନେ ଶ୍ରୀଜୀଉ ମାନଙ୍କର ପୂଜାର୍ଚ୍ଚନା କରିଥିଲେ। ଅନ୍ୟ ପକ୍ଷରେ ସୁସଜ୍ଜିତ ରଥକୁ ପୂଜାର୍ଚ୍ଚନା କରାଯାଇଥିଲା। ଏଠାରେ କର୍ତ୍ତା ଭାବେ ପ୍ରବୀଣ ମୁଣ୍ଡ ଏବଂ ତାଙ୍କ ଧର୍ମପତ୍ନୀ ହୋମରେ ବସିଥିଲେ। ଏହାପରେ ଅପରାହ୍ନ ୪ ଘଣ୍ଟା ସମୟରେ ସେବକ ଭାରତ ଦଣ୍ଡସେନା ଛେରାପହଁରା କଲାପରେ ଶ୍ରୀଜୀଉମାନଙ୍କୁ ଦଇତାପତି ମାନଙ୍କ ଦ୍ବାରା ପହଣ୍ଡି ହୋଇଥିଲା।ପହଣ୍ଡି ପରେ ରଥାରୁଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ବଡ଼ ଭାଇ ବଳଭଦ୍ର ପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜଗତର ନାଥ ଜଗନ୍ନାଥ ଏବଂ ସୁଦର୍ଶନ ରଥ ଉପରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଘଣ୍ଟ ଘଣ୍ଟି ହୁଳହୁଳି ସଂକୀର୍ତ୍ତନ ଏବଂ ଜୟ ଜଗନ୍ନାଥ ଧ୍ବନିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଝିପି ଝିପି ବର୍ଷା କୁ ଖାତିରି ନକରି ରଥ ଦଉଡି ଧରି ମାଉସୀ ମାଆ ମନ୍ଦିର ଅଭିମୁଖେ ଟାଣିଥିଲେ ଭକ୍ତଗଣ। ସଂଧ୍ୟା ୭ ଘଣ୍ଟା ସମୟରେ ମାଉସୀ ମାଆ ମନ୍ଦିର ନିକଟକୁ ପହଞ୍ଚିଥିଲେ ମହାପ୍ରଭୁ।ପୁଣି ସେଠାରେ ଛେରାପହଁରା ହୋଇଥିଲା। ପରେ ରଥରୁ ଶ୍ରୀ ଜୀଉଙ୍କୁ ଓହ୍ଲାଇ ମାଉସୀ ଘରକୁ ଅଣାଯାଇଛି। ରବିବାର ଅନୁଷ୍ଠିତ ଶ୍ରୀ ଗୁଣ୍ଡିଚା ରଥଯାତ୍ରାର ମୁଖ୍ୟ ପୂଜକ ଆଲୋକ ମୁଣ୍ଡ, ଚିନ୍ମୟ ମୁଣ୍ଡ,ହରେକୃଷ୍ଣ ପଣ୍ଡା, ଶ୍ରୀନିବାସ ପାଣିଗ୍ରାହୀ, ପ୍ରଦୀପ ପଣ୍ଡା, ପ୍ରିୟବ୍ରତ ପଣ୍ଡା, ଭାନୁପ୍ରତାପ ମୁଣ୍ଡ, ପ୍ରେମାନନ୍ଦ ପାଣିଗ୍ରାହୀ, ନବୀନ ମୁଣ୍ଡ, ଅଶୋକ ମୁଣ୍ଡ, ପଞ୍ଚାନନ ପାଣିଗ୍ରାହୀ ବିଶ୍ବମୋହନ ପଣ୍ଡା ପ୍ରମୁଖ ଦଇତାପତୀ ଭାବେ ସହଯୋଗ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ସତୃଘନ ଗହୀର, ଉପସଭାପତି ବିରଞ୍ଚି ନାରାୟଣ ମୁଣ୍ଡଛିନା, ସମ୍ପାଦକ ଅକ୍ଷୟ ପାତ୍ର, ସହ ସମ୍ପାଦକ ବିଶ୍ବମ୍ବର ପୁଝାରୀ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଟ୍ଟନାୟକ, ଯୁବକଲାଲ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ପୋଲିସ ,ଦମକଳ ବାହିନୀ, ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ତଥା ସୂଚାରୁ ରୁପେ ସମ୍ପାଦନ କରିଥିଲେ। ଥୁଆମୂଳ ରାମପୁର ତହସିଲଦାର ଶ୍ରୀ କବିରାଜ ପ୍ରଧାନ ରଥଯାତ୍ରାର ସ୍ଥିତି ଅନୁଧ୍ୟାନ କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ସମସ୍ତଙ୍କ ସହଯୋଗରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛି କମିଟି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.