ନାବାଳକର ଗଳା କାଟି ହତ୍ୟା ଉଦ୍ୟମ ଅଭିଯୋଗ; ଅଭିଯୁକ୍ତକୁ କୋର୍ଟ ଚାଲାଣ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ସଇଁତଲା ଥାନା ଅଧୀନସ୍ଥ ବେଲଗାଁ ଫାଣ୍ଡି ଶିଶକେଲା ପଞ୍ଚାୟତ ଭୋଏରପଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ନାବାଳକର ଗଳା କାଟି ହତ୍ୟା ଉଦ୍ୟମ କରୁଥିବା ଅଭିଯୋଗରେ ସଇଁତଲା ପୋଲିସ ଥାନା କେସ ନଂ ୨୮୮/୨୪ କ୍ରମେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଗାଁର ସୁରଞ୍ଚି ଭୋଇ (୫୫) ବୋଲି ଜଣାପଡିଛି। ଏଥିରେ ପୋଲିସ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି। ପ୍ରକାଶ ଯେ, ସୋନପୁର ଜିଲ୍ଲା ରାନିସରଡା ଗ୍ରାମର ଡୋଲାମଣୀ ଦୀପଙ୍କ ପୁଅ ମିଳନ ଦୀପ (୧୨) ଗତ ୩ମାସ ହେଲା ମାମୁ ଘର ଭୋଏରପଡା ଗ୍ରାମର ନୀଳକାନ୍ତ (ନିଲୁ )ନାଗଙ୍କ ଘରେ ପାଠ ପଡ଼ିବାକୁ ଆସିଥିଲେ। ତେବେ ଗତ ସୋମବାର ଦିନ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ମିଳନ ବୁଲାବୁଲି କରୁଥିବା ବେଳେ ମାମୁ ଘରର ପଡୋଶୀ ସୁରଞ୍ଚି ଭୋଇ ମିଳନଙ୍କୁ ବୁନ୍ଦି ଲଡ଼ୁ ଖାଇବା ପାଇଁ କହି ଘରକୁ ଡାକିଆଣିଥିଲା। ଘର ଭିତରେ ପଶୁ ପଶୁ ମିଳନ ଙ୍କ ଗଳାରେ ଏକ ଧାରୁଆ ଅସ୍ତ୍ରରେ ଗଳାକୁ ଚୋଟ ମାରି ହତ୍ୟା ଉଦ୍ୟମ କରୁଥିବା ବେଳେ ନାବାଳକ ଜଣକ ଚିତ୍କାର କରି ଅଭିଯୁକ୍ତଙ୍କୁ ଠେଲା ପେଲା କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାମୁ ଘରକୁ ଦୌଡି ପଳାଇ ଆସିଥିଲା। ଏହାପରେ ମାମୁ ଘର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୁଲିସକୁ ଖବର ଦେବା ପରେ ପ୍ରଥମେ ସଇଁତଲା ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା କରି ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ କେଉଁ କାରଣରୁ ଅଭିଯୁକ୍ତ ଜଣକ ହତ୍ୟା ଉଦ୍ୟମ କରୁଥିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ଅଭିଯୁକ୍ତ ଜଣକ କିଛି ଦିନ ହେଲା ମାନସିକ ଠିକ ନ ଥିବା ଗ୍ରାମର କିଛି ବ୍ୟକ୍ତି ପ୍ରକାଶ କରିଛନ୍ତି। ଅନ୍ୟପଟେ ଗୁଣିଗାରେଡିକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ଅଞ୍ଚଳ ଚର୍ଚ୍ଚା ଜୋର ଧରିଛି। ଉକ୍ତ ମାମଲାକୁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ସୁଶାନ୍ତ ପଧାନ ଘଟଣାସ୍ଥଳକୁ ପହଂଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.