ନେସନାଲ କଲେଜ ନୂତନ ଅଧ୍ୟକ୍ଷ ସମରେନ୍ଦ୍ର ନାରାୟଣ ଦାସଙ୍କ ସ୍ୱାଗତ ସଭା

ନୂଆପଡା,୩/୭ : ସଦର ବ୍ଲକ ସିଲଦା ଠାରେ ଥିବା ନେସନାଲ କଲେଜର ନୂତନ ଅଧ୍ୟକ୍ଷ ଭାବେ ପ୍ରାଧ୍ୟାପକ ସମରେନ୍ଦ୍ର ନାରାୟଣ ଦାସ ଯୋଗ ଦେଇଛନ୍ତି । ଏହି ଅବସରରେ କଲେଜର ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଗଣ ତଥା କଲେଜ ଛାତ୍ରୀ ଛାତ୍ର ସମସ୍ତେ ଶ୍ରୀ ଦାସ ଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଇଛନ୍ତି । ରାଜନୀତି ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ କିଶୋର କୁମାର ବାରିକଙ୍କ ସଭାପତିତ୍ୱ ଏହି ସଭା ରେ ପ୍ରାଧ୍ୟାପକ ସରୋଜ କୁମାର ପାଢ଼ୀ, ସୁରେନ୍ଦ୍ର ମୋହନ ଦାସ ପ୍ରମୁଖ ମଞ୍ଚାସିନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସଭାରେ ଅଧ୍ୟାପକ ଶିବପ୍ରସାଦ ସା ସ୍ୱାଗତ ଭାଷଣ ପ୍ରଦାନ କରି ଥିଲା ବେଳେ ପ୍ରାଧ୍ୟାପକ  ଦୁର୍ଲଭ ଚରଣ ବେହେରା ଧନ୍ୟବାଦ ଅର୍ପଣ କରି ଥିଲେ । କ୍ରୀଡା ଶିକ୍ଷକ ପ୍ରକାଶ ସାହୁ ଅଧ୍ୟାପକ ହିତେଶ ସାହୁ, ଗଜେନ୍ଦ୍ର ପ୍ରସାଦ ନାୟକ, ବୈଦନାଥ ଗଡ଼ତିଆ, କପିଳ ଦେବ ପାଣିଗ୍ରାହୀ, ଇଶ୍ୱର ପଟେଲ ସମେତ ସମସ୍ତ କର୍ମଚାରୀ ତଥା ଅଧ୍ୟାପକ, ଅଧ୍ୟାପିକା ଗଣ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.