ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ବୁଧବାର ସକାଳୁ ପରୁଆଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକ ପୁର୍ବ ଶତୃତାକୁ କେନ୍ଦ୍ରକରି ଜନୈକ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯେଉଁଥିପାଇଁ ମହିଳାଙ୍କ ଅନ୍ତଃ ବୁଜୁଳ ବାହାରି ଯାଇଥିବା ବେଳେ ଛାତିରେ ମଧ୍ୟ ଗଭୀର ଆଘାତ ଲାଗିଛି। ରକ୍ତମୁଖା ଯୁବକର ଆ୍ରମଣରେ ଜଣେ ୬ ମାସର ଶିଶୁ ମଧ୍ୟ ଘାୟଲ ହେଇଛି। ସୂଚନା ଅନୁସାରେ ପରୁଆଗୁଡ଼ା ଗ୍ରାମର ବିଶ୍ଵନାଥ ପଟେଲଙ୍କ ପରିବାର ସହ ଦୈତାରି ପଟେଲଙ୍କ ପରିବାର ମଧ୍ୟରେ ଏକ ଘରଡିହକୁ ନେଇ ପୂର୍ବ ଶତୃତା ରହିଥିଲା। ଏହି ଶତୃତାକୁ କେନ୍ଦ୍ରକରି ବୁଧବାର ସକାଳେ ବିଶ୍ଵନାଥ ପରିବାରର କେହି ନଥିବାବେଳେ ଦୈତାରି ଏକ ଧାରୁଆ ଅସ୍ତ୍ରରେ ବିଶ୍ଵନାଥଙ୍କ ପତ୍ନୀ କୃଷ୍ଣ ପ୍ରୀୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କୃଷ୍ଣପ୍ରୀୟାଙ୍କ ଅନ୍ତଃ ବୁଜୁଳା ବାହାରି ଯାଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ରକ୍ତମୁଖା ଯୁବକର ଆ୍ରମଣରେ ଘାୟଲ ଶିଶୁ ସୁସ୍ଥ ରହିଛି। ଘଟଣା ସମ୍ଭଦ୍ଧରେ କଲମପୁର ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଧରି ନେଇ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.