ଅନୁଷ୍ଠିତ ହେଲା ବ୍ୟାସବିହାର ପ୍ରାକ୍ତନ ଛାତ୍ର ସଂସଦର ଚତୁର୍ଥ ବାର୍ଷିକ ସମ୍ମିଳନୀ

୨୭ ଜଣ ଯୋଗ୍ୟ ଆଲୁମିନି ହେଲେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପ୍ରାକ୍ତନ ଛାତ୍ର ସଂସଦର ଚତୁର୍ଥ ବାର୍ଷିକ ମେଗା ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ବାରା ଏହି ସମ୍ମିଳନୀର ଆନୁଷ୍ଠାନିକ ଉଦଘାଟନ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ‘ଛାତ୍ରଟିଏ ବୃକ୍ଷଟିଏ’ର ଆହ୍ଵାନ ଦେଇ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ପରିସରରେ ଥିବା ଫଳଗଛ ବଗିଚାରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଆଲୁମିନି ଦ୍ବାରା ଆମ୍ବ, ପଣସ, ଲିଚୁ, ଡାଳିମ୍ବ, ଲେମ୍ବୁ, ଗୁଆ, ଜାମୁ ଆଦି ବିଭିନ୍ନ ଚାରାଗଛ ରୋପଣ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ଯମାନେ ଅତ୍ୟନ୍ତ ଉତ୍ସାହର ସହ ଚାରାରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ସହ ଆଗାମୀ ଦିନରେ ଅନ୍ୟାନ୍ଯ ଅଞ୍ଚଳରେ ଏହିପରି ଜନହିତକର କାର୍ଯ୍ଯ କରିବା ନେଇ ଆଶାବ୍ୟକ୍ତ କରିଥିଲେ। ଏହାପରେ ଆଲୁମିନି ସଂସଦର ଚତୁର୍ଥ ବାର୍ଷିକ ବୈଠକ ଆରମ୍ଭ ହୋଇଥିଲା। ବିଶ୍ବବିଦ୍ୟାଳୟର କୁଳପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ଯ ଅତିଥି ଭାବେ ପି.ଏକ୍ସ.ଇ., ଡିଆରଡିଓର ନିର୍ଦ୍ଦେଶକ ଶ୍ରୀ ସୁବୋଧ କୁମାର ନାୟକ, ମୁଖ୍ଯବକ୍ତା ଭାବେ ବିଶିଷ୍ଟ କବି ହରପ୍ରସାଦ ଦାସ, ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ, ସମ୍ମାନିତ ଅତିଥି ଭାବେ ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ପ୍ରାକ୍ତନ ଛାତ୍ର ସଂସଦର ସଂଯୋଜକ ଡ଼କ୍ଟର ଦେବଦତ୍ତ ଦାସ ପ୍ରମୁଖ ଉପସ୍ଥିତ ହୋଇଥିଲେ। କୁଳପତି ପ୍ରଫେସର ତ୍ରିପାଠୀ, ବିଶ୍ୱବିଦ୍ୟାଳୟର ସହ ପ୍ରାକ୍ତନ ଛାତ୍ର ସଂସଦର ବିବିଧ ସହଯୋଗାତ୍ମକ ସଂପର୍କକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ସହଯୋଗର ହାତକୁ ବଢ଼ାଇ ବିଶ୍ୱବିଦ୍ୟାଳୟର ଅନେକ ବିକାଶମୂଳକ କାର୍ଯ୍ଯ ସମ୍ପାଦନ ହୋଇପାରିବ କହି ଆଶାପୋଷଣ କରିଥିଲେ। ଫକୀରମୋହନ ସେନାପତିଙ୍କ ରଚନାଗୁଡିକ ମୁଦ୍ରିତ କରି ପାଠକମାନଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ ବିଶ୍ୱବିଦ୍ୟାଳୟରେ ଆରମ୍ଭ କରିବା ନେଇ ସୂଚୀତ କରିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟ ରାଜ୍ୟର ତଥା ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ମଧ୍ଯରେ ପରିଗଣିତ ହେବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମୁଖ୍ଯ ଅତିଥି ସୁବୋଧ କୁମାର ନାୟକ ନିଜ ଉଦବୋଧନରେ ସମାଜ, ମାନବିକତା, ଶିକ୍ଷାର ଧାରା, ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ବିଶିଷ୍ଟ କବି ହରପ୍ରସାଦ ଦାସ ଆଲୋଚ୍ୟ ବିଷୟ ‘ସଭ୍ଯତାକୁ ପ୍ରତ୍ୟାବର୍ତ୍ତନ ସମ୍ଭବ କି?’ ସଂପର୍କରେ ଆଲୋଚନା କରିଥିଲେ। ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡାକ୍ତର ନନ୍ଦ, ଛାତ୍ର ସଂସଦକୁ ଏକ ସମୃଦ୍ଧ ବିଶ୍ବବିଦ୍ୟାଳୟର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉଲ୍ଲେଖ କରିଥିଲେ।ଏହି ଅବସରରେ ଆଲୁମିନି ନିଉଜଲେଟର ‘ବ୍ୟାସପ୍ରଜ୍ଞା’ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ଓ ୨୭ ଜଣ ଯୋଗ୍ୟ ବିବେଚିତ ଆଲୁମିନିଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହାବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ ନୃତ୍ଯ ଓ ଭଜନ ପରିବେଷଣ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଶିତ ଫକୀରମୋହନ ସେନାପତିଙ୍କ ରଚିତ ଐତିହ୍ଯ ଗଳ୍ପ ‘ରାଣ୍ଡିପୁଅ ଅନନ୍ତା’। ନାଟକ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା ଓ ଦର୍ଶକମାନେ ଏହାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମଟିକୁ ପ୍ରାକ୍ତନ ଛାତ୍ର ସଂସଦର ଏକଜିକ୍ୟୁଟିଭ ସଦସ୍ଯ ଡ଼କ୍ଟର ଗୀତାଶ୍ରୀ ରାଏ ପରିଚାଳନା କରିଥିଲେ, ଅତିଥି ପରିଚୟ ଡ଼କ୍ଟର ଜଗନ୍ନାଥ ବେହେରା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସ୍ବାତୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ୧୧ତାରିଖରେ ବିଶ୍ୱବିଦ୍ୟାଳୟ ନିଜର ୨୬ତମ ସ୍ଥାପନା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆନ୍ତଃ ବିଶ୍ୱବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହ ଏକ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଯାଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.