ମାନବୀକତାର ପରିଚୟ ଦେଲେ କ୍ଲବ ସଦସ୍ଯ: ଅପରିଚିତ ଶବକୁ ସସମ୍ମାନେ କଲେ ସତ୍କାର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଦୀର୍ଘ ଚାରିମାସ ଧରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ଯ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜନୈକ ଅପରିଚିତ ବୃଦ୍ଧାଙ୍କ ପରଲୋକ ହୋଇଯାଇଛି। ଅନେକ ପ୍ରଚେଷ୍ଟା ସତ୍ୱେ ଏହି ବୄଦ୍ଧାଙ୍କ କେହି ସଂପର୍କିୟଙ୍କ ପତ୍ତା ମିଳି ନପାରିବାରୁ ଶବ ସତ୍କାର ନେଇ ସମସ୍ଯା ଦେଖାଦେଇଥିଲା। ପରେ ଖବର ପାଇ ସ୍ଥାନୀୟ ଉଦନ୍ତୀ ୟୁଥ୍ କ୍ଲବର ସଦସ୍ଯ ମାନେ ଡାକ୍ତରଖାନାରେ ପହଞ୍ଚିବା ସହ ନିଜସ୍ୱ ଉଦ୍ଯମରେ ଶବ ସତ୍କାରର ବ୍ଯବସ୍ଥା କରିଥିଲେ। ୟୁଥ୍ କ୍ଲବ ସଦସ୍ଯଙ୍କ ଏଭଳି କାର୍ଯ୍ଯକୁ ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି। ଖବର ଅନୁଯାୟୀ କେଉଁଠାରୁ ଚାଲିଆସିଥିବା ଉକ୍ତ ବୄଦ୍ଧା ଜଣକ ସିନାପାଲି ହାଇସ୍କୁଲ ପଡ଼ାଠାରେ ରହି ସେଠାକାର ଲୋକଙ୍କ ଘରେ କାମଧାମ କରି ଚଲୁଥିଲେ। ତେବେ ଗତ ମାର୍ଚ୍ଚ ମାସ ୧୧ ତାରିଖରେ ହଠାତ ତାଙ୍କ ଦେହ ଖରାପ ହୋଇ ଗୁରୁତ୍ୱର ହୋଇ ପଡ଼ିବାରୁ ସେଠାକାର ଜଣେ ବ୍ଯକ୍ତି ତାଙ୍କୁ ଆଣି ସିନାପାଲି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସ୍ଥାନୀୟ ସରପଞ୍ଚଙ୍କୁ ଏନେଇ ଖବର ଦେଇଥିଲେ। ବୄଦ୍ଧା ଜଣକ ନିଜ ବିଷୟରେ କିଛି ବି ସ୍ପଷ୍ଟ କହି ପାରୁନଥିବା ବେଳେ ଡାକ୍ତରଖାନା ଓ ସରପଂଚଙ୍କ ତରଫରୁ ତାଙ୍କ ପରିଚୟ ପାଇବାକୁ ଅନେକ ମାଧ୍ଯମରେ ଚେଷ୍ଟା କରାଯାଇଥିଲେ ହେଁ ଏଯାଏଁ ତା’ହା ସମ୍ଭବ ହୋଇ ପାରିନଥିଲା। ଶେଷରେ ବୄଦ୍ଧାଙ୍କ ମୄତ୍ଯୁ ପରେ ମଧ୍ଯ କେହି ଦାବେଦାର ନଆସିବାରୁ ଉଦନ୍ତୀ ୟୁଥ କ୍ଲବର କର୍ମକର୍ତ୍ତା ନିଜ ଖର୍ଚ୍ଚରେ କାଠ ଆଦିର ବ୍ଯବସ୍ଥା କରି ଉଦନ୍ତୀ ନଦୀର ଧୋବାଘାଟ ଠାରେ ମୄତା ବୄଦ୍ଧାଙ୍କ ଶବ ସତ୍କାର କରିଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ କ୍ଲବର ସଭାପତି ସୂରଜ କୁମାର ମେହେରଙ୍କ ସହ ବୁଦ୍ଧଦେବ ମେହେର, ପ୍ରଭାତ କୁମାର ମେହେର, ଖଗେଶ୍ୱର ମେହେର, ଜିତେନ୍ ମେହେର, କାହ୍ନୁ ମେହେର, ଚୈତନ୍ଯ ମେହେର, ଦୀପକ ମେହେର, ଦେବାଶିଷ ମେହେର, ବେଣୁଧର ମେହେର, ହେମନ୍ତ ମେହେର, ନରସିଂହ ମେହେର, ଡମ୍ୱରୁ ମେହେର, ଦର୍ଶନ ମେହେର ପ୍ରମୁଖ ସହଯୋଗ କରିଥିବା ବେଳେ ପୋଲିସ ଏସଆଇ ବିଘ୍ନରାଜ ମାଝୀ, ବିପିଏମ୍ ରତ୍ନମଣି ଭୁଏ ଓ ସିନାପାଲି ତହସିଲ ଅଫସର ଜଣେ ଅମିନ୍ ଉପସ୍ଥିତ ରହିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.