ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଟିମ୍ ଇଣ୍ଡିଆ!

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୫ରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଏହି ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ୍ ପାକିସ୍ତାନ ଯାଇନପାରେ। ସୂଚନା ଅନୁସାରେ, ବିସିସିଆଇ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ରାଜି ନଥିବାରୁ ଅନ୍ୟ କେଉଁଠାରେ ମ୍ୟାଚ୍ ଆୟୋଜନ ହେବାର ସମ୍ବାବନା ରହିଛି। ଏନେଇ ଖୁବ୍ ଶୀଘ୍ର ଆଇସିସି ଅପିଲ କରିପାରେ ବିସିସିଆଇ। ତେବେ ଭାରତର ମ୍ୟାଚ ୟୁଏଇ କିମ୍ବା ଶ୍ରୀଲଙ୍କାରେ ହୋଇପାରେ ବୋଲି ସୁତ୍ରରୁ ପ୍ରକାଶ। ପାକିସ୍ତାନ ଆୟୋଜକ ଥିବାରୁ ଏଠାରେ ସମସ୍ତ ମ୍ୟାଚ୍ ଅନୁଷ୍ଠିତ ହେବ। କାର୍ଯ୍ୟସୂଚୀ ଅନୁସାରେ ସମସ୍ତ ୧୫ଟି ମ୍ୟାଚ୍ ପାକିସ୍ତାନରେ ଖେଳାଯିବ। ୭ଟି ମ୍ୟାଚ୍ ଲାହୋର, ତିନୋଟି କରାଚି ଏବଂ ପାଞ୍ଚଟି ରାୱଲପିଣ୍ଡିରେ ଖେଳାଯିବାକୁ ଥିବାବେଳେ କରାଚିରେ ଉଦଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ।ତେବେ ଦୁଇ ଦେଶର ରାଜନୈତିକ ସଂପର୍କ ଭଲ ନଥିବାରୁ ଭାରତୀୟ ଟିମ୍ ପାକିସ୍ତାନ ଯିବନି ବୋଲି କୁହାଯାଉଛି। କିନ୍ତୁ ଏଯାଏଁ ପାକିସ୍ତାନ ଗସ୍ତ ନେଇ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଶେଷ ଥର ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତରେ ଯାଇଥିଲା ଭାରତୀୟ କ୍ରିକେଟ ଟିମ୍।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.