କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଡ଼. ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ସହ ଦିଲ୍ଲୀ ସ୍ଥିତ ରେଳଭବନ ଠାରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ଜରିଆରେ କଳାହାଣ୍ଡି ରେଳଯାତ୍ରୀ ସଂଘ ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ସାକ୍ଷାତ କରିଛନ୍ତି। ଏ ଅବସରରେ ସାକ୍ଷାତ କରି କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ରେଳ ସମ୍ବନ୍ଧିତ ସମସ୍ୟା ଓ ତା’ର ନିରାକରଣ ପାଇଁ ଚର୍ଚ୍ଚା କରିଥିଲେ। ତନ୍ମଧ୍ୟରୁ କଳାହାଣ୍ଡିର ବହୁଚର୍ଚ୍ଚିତ ନର୍ଲା ରେଳ ୱାଗନ ଫେକ୍ଟ୍ରି, ଜୁନାଗଡ଼ରୁ ନବରଙ୍ଗପୁର ରେଳ ସଂଯୋଗୀ କରଣ, ଟିଟିଲାଗଡ଼ରୁ ବିଶାଖାପାଟଣା ପର୍ଯ୍ୟନ୍ତ କେସିଙ୍ଗା ଷ୍ଟେସନରେ ଉଭୟ ଏକ୍ସପ୍ରେସ ଏବଂ ପାସିଞ୍ଜର ଟ୍ରେନ୍ରରେ ଅନଲୋଡିଂ ସୁବିଧା, କେସିଙ୍ଗା ଠାରୁ ଭୁବନେଶ୍ୱରକୁ ସିଧାସଳଖ ଟ୍ରେନ୍, ସପ୍ତାହରେ ୩ ଦିନ କେସିଙ୍ଗା ପର୍ଯ୍ୟନ୍ତ ଇସ୍ପାତ ଟ୍ରେନ୍ ସମ୍ପ୍ରସାରଣ, ବିଶାଖାପାଟଣାରୁ ରାୟଗଡା଼ ପର୍ଯ୍ୟନ୍ତ ସମସ୍ତ ଡାଉନ୍ ଟ୍ରେନ୍ ୪ନଂ ପ୍ଲାଟଫର୍ମରେ ଦେବା, ଟ୍ରେନ୍ ଆସିବା ପୂର୍ବରୁ ଘୋଷଣା କରିବା ଜରୁରୀ, ରେଳ ଟିକେଟ୍ କୋଟା ଅନ୍ତର୍ଗତ କେସିଙ୍ଗା ଷ୍ଟେସନକୁ ମଧ୍ୟ ଅନ୍ତର୍ଭୁକ୍ତ କରିବା, ରାୟଗଡରୁ ଟିଟିଲାଗଡ଼ ପର୍ଯ୍ୟନ୍ତ ଏକ ଟ୍ରେନ୍ ଯାହା ପୁରୀ ଦୁର୍ଗ ଟ୍ରେନ୍ ଧରିବାରେ ସାହାଯ୍ୟ କରିବ, କେସିଙ୍ଗାକୁ ଇସ୍ପାତ ଏକ୍ସପ୍ରେସର ବିସ୍ତାର, ନର୍ଲା, ରୁପ୍ରା ରୋଡ୍,ଲାଞ୍ଜିଗଡ ରୋଡ୍, ଜୁନାଗଡ, ଧର୍ମଗଡ଼, ରାମଚନ୍ଦ୍ରପୁର, ଦେପୁରରର ବିଭିନ୍ନ ଦାବୀ, ନର୍ଲାରୋଡ଼ ଷ୍ଟେସନରେ ସମତା, ତିରୁପତି ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି, ଭବାନୀପାଟଣା ପାଖ କୁଟୁରୁଖମାର ନୂଆ ହସ୍ପିଟାଲ ପାଖରେ ଏକ ଅଣ୍ଡର ବ୍ରିଜ ନିର୍ମାଣ ଏବଂ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଯେ କଳାହାଣ୍ଡି ଭବାନୀପାଟଣା ରେଲୱେ ଷ୍ଟେସନରେ ଦ୍ଵିତୀୟ ନଂ ପ୍ଲାଟଫର୍ମ ନିର୍ମାଣ ଦାବୀ ପ୍ରମୁଖ ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା। ଏହି ଅବସରରେ କଳାହାଣ୍ଡି ରେଳ ଯାତ୍ରୀ ସଂଘର ଉପସଭାପତି ରାକେଶ ସାହୁ ମଧ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.