ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଡ଼. ପଦ୍ମଲୋଚନ ବର୍ମାଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ତଥା ଯୁକ୍ତ ତିନି ପରୀକ୍ଷା ନିୟନ୍ତ୍ରକ ଡ଼. ପଦ୍ମଲୋଚନ ବର୍ମା କଣ୍ଟାବାଞ୍ଜି ଧନ୍ଦାମୂଳକ ମହାବିଦ୍ୟାଳୟକୁ ଅଧ୍ୟକ୍ଷ ଭାବରେ ସରକାରଙ୍କ ଦ୍ଵାରା ନିଯୁକ୍ତ ହୋଇଛନ୍ତି । ଏହି ଅବସରରେ ଖଡ଼ିଆଳ ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଅଧକ୍ଷ ଡ଼. ତରୁଣ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ବିଦାୟ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ଅତିଥି ପରିଚୟ ପ୍ରଦାନ ପୂର୍ଵକ ଡ଼. ବର୍ମାଙ୍କ କାର୍ଯ୍ୟକଳାର ସ୍ମୃତି ଚାରଣ କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଅଧ୍ୟାପକ ରାଜ କୁମାର ରତେ, ଅଧ୍ୟାପକ ସୁନିଲ କୁମାର ପାଢୀ, ଅଧ୍ୟାପକ ଡ଼. ରଣବୀର ସିଂହ, ଡ଼. ସରୋଜ କୁମାର ପଣ୍ଡା, ଧ୍ରୁଵ ପାତ୍ର, ଅଧ୍ୟାପିକା ରାଜଲଷ୍ମୀ ରଥ, ଅଧ୍ୟାପିକା କାଜଲ ମେହେର, ଅଧ୍ୟାପିକା ରାଜେଶ୍ୱରୀ କରୁଆଁ, ଅଧ୍ୟାପିକା ସଂଗୀତା ନେତମ,  ରୀତା ବାରିକ, ଅଧ୍ୟାପକ ଜବହାର ରଞ୍ଜନ ପଣ୍ଡା ପ୍ରମୁଖ ଡ଼. ବର୍ମାଙ୍କ ସାହିତ୍ୟ, ସଂସ୍କୃତି, ସମାଜସେବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ପ୍ରତିଉତ୍ତରରେ ଡ଼. ପଦ୍ମ ଲୋଚନ ବର୍ମା ଖଡ଼ିଆଳର ଐତିହ୍ୟ, ପରମ୍ପରା ଏବଂ ଉକ୍ତ ମହାବିଦ୍ୟାଳୟର ଗୋୖରବ ସମ୍ପର୍କରେ ଅବଗତ କରାଇଥିଲେ । ପରିଶେଷରେ ଅଧ୍ୟାପକ  ରମାକାନ୍ତ ସିଂହ ସାହାଣୀ ଧନ୍ୟବାଦ ଅର୍ପଣ କରିବା ସହ ପ୍ରୀତି ଉପହାର ପ୍ରଦାନ କରିଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.