ମହାପ୍ରଭୁଙ୍କ କାର୍ଯ୍ୟରେ ଅବହେଳା ନହେଉ 

ଶ୍ରୀଜିଉଙ୍କ ଆଡପ ବିଜେ ସମୟରେ ଘଟିଥିଲା ଏକ ବଡ଼ ଅଘଟଣ। ପହଣ୍ଡି ସମୟରେ ମୁହଁମାଡ଼ି ପଡ଼ିଗଲେ ବଡ଼ଭାଇ ବଳଭଦ୍ର। ରଥରୁ ଓହ୍ଲାଇବାବେଳେ ଖସିପଡ଼ିଲେ ବଡ଼ଠାକୁର। ସେବାୟତମାନଙ୍କ ହାତରୁ ଚାରମାଳ ଆଗକୁ ହାମୁଡ଼େଇ ପଡ଼ିଗଲେ ମହାପ୍ରଭୁ। ରାତି ପ୍ରାୟ ସାଢେ ୮ଟା ସମୟରେ ସୁଦର୍ଶନଙ୍କ ପହଣ୍ଡି ସରିଥାଏ। ପରେପରେ ଆରମ୍ଭ ହୋଇଥିଲା ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି। ଚାରମାଳ ଉପରେ ମହାପ୍ରଭୁ ବଡ଼ଠାକୁରଙ୍କ ହଡ଼ପନାୟକ ସେବା ଓ ପତିମହାପାତ୍ରଙ୍କ ବନ୍ଦାପନା ନୀତି ସମ୍ପାଦନ କରାଯାଇଥିଲା।  ଭାବର ଠାକୁର, ଜୀବନ୍ତ ଠାକୁରଙ୍କୁ ପହଣ୍ଡି କରି ଆଣୁଥିଲେ ସେବାୟତ। ଗୋଟି ପହଣ୍ଡିରେ ରଥ ଉପରୁ ଆଡପ ବିଜେ କରୁଥିଲେ ବଡ଼ଠାକୁର। ସମସ୍ତେ ବଡ଼ଠାକୁରଙ୍କ ଆଖିକୁ ଚାହିଁରହିଥିଲାବେଳେ ଘଟିଯାଇଥିଲା ବିରାଟ ଅଘଟଣ। ରଥ ଉପରୁ ଓହ୍ଲାଉ ଓହ୍ଲାଉ ହଠାତ ମୁହଁମାଡ଼ି ପଡ଼ିଯାଇଥିଲେ ବଡ଼ଠାକୁର। ସେବାୟତମାନଙ୍କ ହାତରୁ ଖସିଯାଇ ଚାରମାଳ ଆଗକୁ ହାମୁଡ଼େଇ ଖସିପଡ଼ିଥିଲେ। କେହିକିଛି ବୁଝିବା ଆଗରୁ ଶ୍ରୀମନ୍ଦିରର ମୁରବୀ, ରଥଯାତ୍ରାର ମୁରବୀ ମୁହଁମାଡ଼ି ତଳେ ଖସିପଡ଼ିଥିଲେ। ବରିଷ୍ଠ ସେବାୟତ କହିଛନ୍ତି ବନ୍ଦାପନା ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପହଣ୍ଡି ସମୟରେ ଏକ ଡୋରକୁ ବନ୍ଧା ଯାଇ ଥାଏ। ହେଲେ ବଡ଼ଠାକୁରଙ୍କ ପହଣ୍ଡି ସମୟରେ ଡୋରଟି ବନ୍ଧା ହୋଇନଥିବାରୁ ଏଭଳି ବଡ଼ ଅଘଟଣ ଘଟିଗଲା। ସେବାୟତଙ୍କ ଗୋଡ଼ ଖସିଯିବାରୁ ବଡ଼ଠାକୁରଙ୍କୁ ଧରିରଖିବା ସହଜ ହୋଇନଥିଲା। ତେବେ ପ୍ରଭୁ ବଲଭଦ୍ରଙ୍କ ପହଣ୍ଡିରେ ଏଭଳି ତ୍ରୁଟି କିଭଳି ହେଲା, ସେନେଇ ପ୍ରଶ୍ନ ଉଠିଛି। ପହଣ୍ଡି ସମୟରେ ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବା କଥା। ହେଲେ କେବଳ ଯୁବ ଦଇତାପତି ସେବାୟତ ଥିବାରୁ ଏଭଳି ପହଣ୍ଡିରେ ତ୍ରୁଟି ହୋଇଥିବା କୁହାଯାଉଛି। ଆବଶ୍ୟକତା ଠାରୁ ଅଧିକ ସେବାୟତ ରହୁଥିବାରୁ ଏପରି ଅଘଟଣ ଘଟିଲା ବୋଲି ମଧ୍ୟ କୁହାଯାଉଛି। ଏହି ଘଟଣାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମହାପ୍ରଭୁଙ୍କ ପହଣ୍ଡିରେ ଖାମଖିଆଲି ମନୋଭାବ ଠିକ୍ ନୁହେଁ ବୋଲି ଭକ୍ତ କହିଛନ୍ତି। ତେବେ ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ। କୌତୂହଳର କଥା ଯେତେବି ସବୁ ଅଘଟଣ ଘଟୁଛି ତଦନ୍ତ ବି ହେଉଛି, ଆଜିଯାଏଁ କାହାରିକୁ ଦଣ୍ଡ ଦେବାର କେହି ଜାଣିନାହାନ୍ତି। ତେବେ ବଡ଼ ଠାକୁର ପହଣ୍ଡି ବେଳେ ରଥ ଉପରୁ ପଡିଗଲେ ଏହା ଅଶୁଭ ସଂକେତ ବୋଲି କୁହାଯାଏ। ଏ ନେଇ ଗ୍ରନ୍ଥରେ ମଧ୍ୟ ଅନେକ କଥା ବର୍ଣ୍ଣିତ ଅଛି। ରଥରେ ଏହିପରି ଅଘଟଣ ଘଟିଲେ ରାଷ୍ଟ୍ର ପ୍ରତି ବହୁ ବିପଦ ଦେଖାଯାଏ। ଏହି ଅଘଟଣ ଦେଖାଗଲେ କ’ଣ ହୁଏ ସେ ସମ୍ପର୍କରେ ସ୍ୱୟଂ ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି। ଏହା ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ସବିଶଦ ବର୍ଣ୍ଣନା କରାଯାଇଛି। 

‘ମୁରବୈରିଣ ଏତସ୍ୟ ତସ୍ୟ ଜଗଦୀଶସ୍ୟ ସ୍ୟ ଭୂପତେଃ।

Omkar Vasthu
Omkar Vasthu

ଭଦ୍ରାୟାଶ୍ଚ ବଳସ୍ୟାପି ପ୍ରମାଦାତ୍‌ ପତନଂ ଯଦି।। 

Pearl dental clinic
Near Ashish Medical Store, Bhawanipatna

ମହାଭୟଂ ନୃପସ୍ୟାପି ରାଜ୍ୟସ୍ୟାପି ଭବେଦ୍ଧ୍ରୁବମ୍‌।

Udyog Nursery
Udyogi Nursery

ଦୁର୍ଭିକ୍ଷଂ ମରଣଂ ଚୈବ ଜାୟତେ ଚ ପୁନଃ ପୁନଃ ।।’

ହେ ରାଜା! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି ତେବେ ରାଜ୍ୟ ରାଜାଙ୍କର ଏବଂ ରାଜ୍ୟର ମହାଅନିଷ୍ଟ ହେବ। ଦୁର୍ଭିକ୍ଷ ପଡ଼ିବ। ମହାମାରୀ ବାରମ୍ବାର ହେବ।

‘ଶ୍ରୀପତେଃ ପତନେ ଯାବନ୍ନଶ୍ୟେତ୍ସା ମହିଷୀ ନୃପ। 

ଅତଃ ଶାନ୍ତିଂ ତଦା କୁର୍ଯ୍ୟାଦ୍‌ ବିଷ୍ଣୁପ୍ରୀଣନହେତବେ।।’

ପହଣ୍ଡି ସମୟରେ ଠାକୁର ପଡ଼ିଗଲେ ମହିଷୀ (ରାଣୀ)ଙ୍କର ମୃତ୍ୟୁ ହେବ। ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.