କନ୍ଧକେଲଗାଁ ସେକ୍ସନରେ ଅବାଧ ବନ୍ୟଜନ୍ତୁ ଶୀକାର ପ୍ରସଙ୍ଗ, ୧୪ ଦିନ ପରେ ମଧ୍ୟ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ରେଞ୍ଜ ଅଧିନସ୍ଥ କନ୍ଧକେଲଗାଁ ସେକ୍ସନରେ ବନପାଲ ଓ ବନ୍ୟଜନ୍ତୁ ଶିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲରେ ଅବାଧରେ ବନ୍ୟଜନ୍ତୁ ଶିକାର ହେଉଛି । ଘଟଣାର ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଇଁତଲା ରେଞ୍ଜ ବିଫଳତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବନ ବିଭାଗର ଅପାରଗତା ଯୋଗୁଁ ଦିନକୁ ଦିନ ଜଙ୍ଗଲର ବନ୍ୟଜନ୍ତୁମାନେ ଲୋପ ପାଉଛନ୍ତି । ପ୍ରକାଶ ଯେ, ଚଳିତ ମାସ ୧ ତାରିଖ ଦିନ କନ୍ଦକେଲଗାଁ ସେକ୍ସନ ଏରିଆରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ଜଙ୍ଗଲକୁ ପଶିଥିବା ନେଇ ବନ ବିଭାଗ ଖବର ପାଇଁ ଚଢ଼ାଉ କରିଥିଲା । ଏଥିରେ ମୃତ ବରାହ, ଗୋଧି (ଗୁଏ), ଗୁଞ୍ଛାମୂଷା ୨ ଗୋଟି, ୧୧ ଟି ବାଇକ, ୨ ଟି ସାଇକେଲକୁ ଜବତ କରି ବନ ବିଭାଗ ସଇଁତଲା ରେଞ୍ଜକୁ ଆଣିଥିବା ବେଳେ ଶିକାରୀମାନେ ଘଟଣାସ୍ଥଳରୁ ଚମ୍ପଟମାରି ଥିଲେ । ଏଥିରେ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ମୃତ ବରାହ ଅନ୍ୟ ବନ୍ୟଜନ୍ତୁମାନଙ୍କ ଶବ ବ୍ୟବଛେଦ କରି ଚୁପ ହୋଇ ବସିଛି । କିନ୍ତୁ ଘଟଣାର ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ଶିକାରୀମାନେ ବେଧଡ଼କ ବୁଲୁଥିବା ଅଭିଯୋଗ ହେଉଛି । ସେହିପରି ଗତ ୩ ତାରିଖ ଦିନ ମୂଲ୍ୟବାନ ପଟା ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଗାଡିକୁ ମଧ୍ୟ ବନ ବିଭାଗ ଧରିବାରେ ସଫଳ ହୋଇଥିଲେ । ଜବତ ପଟା ହାରାହାରି ମୂଲ୍ୟ ୭୦/୮୦ ହଜାର ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ଅଭିଯୁକ୍ତମାନଙ୍କୁ ଆଜି ପର୍ଯ୍ୟନ୍ତ ଧରିବାରେ ବନ ବିଭାଗ ବିଫଳ ହୋଇଛି । ବର୍ତମାନ କାହିଁକି ଅଭିଯୁକ୍ତମାନଙ୍କୁ ବନ ବିଭାଗ ଧରୁ ନାହିଁ ତାକୁ ନେଇ ଅଞ୍ଚଳ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଉକ୍ତ ଘଟଣାରେ ସ୍ଥାନୀୟ ରେଞ୍ଜର ଓ ବନପାଳଙ୍କ କାର୍ଯକଳାପକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ଯାହାଫଳରେ କିଛି ମୋଟା ଅଙ୍କର କାରବାର ନେଇ ବନ ବିଭାଗ ନୀରବ ରହିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏହି ସେକ୍ସନର ବନପାଲ ସୁଶୀଲ ପୁଟା ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟରତ କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ବନପାଲ ଶ୍ରୀ ପୁଟା ନିଜ ସେକ୍ସନ ଏରିଆରେ ରହୁ ନ ଥିବାରୁ ଏହାର ସୁଯୋଗ ନେଇ ଶିକାରୀମାନଙ୍କ ଦୌରାମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏପରିକି ବନପାଲ ଓ ଶିକାରୀମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଜଙ୍ଗଲର ବନ୍ୟଜନ୍ତୁମାନେ ଶିକାର ହେଉଥିବା ଗୁରୁତର ଅଭିଯୋଗ ହେଉଛି । ଯାହା ଫଳରେ ଶିକାରୀମାନେ ଦୌରାମ୍ୟ ଯୋଗୁଁ ଧିରେ ଧିରେ ଜଙ୍ଗଲର ବନ୍ୟଜନ୍ତୁଗୁଡିକ ଲୋପ ପାଉଛି । ଏ ନେଇ ରେଞ୍ଜର ସାଗର ରାଜ ନାୟକଙ୍କୁ ଯୋଗାଯୋଗ କରିବାରୁ ମୋବାଇଲ ସୁଇଜ ଅଫ ରହିଥିଲା । ବନପାଳ ସୁଶୀଲ ପୁଟାଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଦିନେ ଦୁଇ ଦିନ ଭିତରେ ଅଭିଯୁକ୍ତ ଧରାଯିବ ବୋଲି ପ୍ରକାଶ କରିଥିଲେ । ଯଦି ଏ ଘଟଣା ଉପରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଶିକାରୀମାନେ ଅନ୍ୟ ସେକ୍ସନ ଉପରେ ମଧ୍ୟ ନଜର ପଡିବ ବୋଲି ସାଧାରଣରେ ବେଶ ଚର୍ଚ୍ଚା ଜୋର ଧରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.