ଦେବଗିରିରେ ବାହୁଡ଼ା ଯାତ୍ରା : ଗୁଣ୍ଡିଚା ଘରୁ ମନ୍ଦିରକୁ ବାହୁଡ଼ିଲେ ମହାପ୍ରଭୁ ଦଧିବାମନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାନବବାଦର ମୂର୍ତ୍ତିମନ୍ତ ସ୍ବରୂପ, ବିଶ୍ବନିୟନ୍ତା, ବଳିଆର ଭୂଜ, ଭକ୍ତ ଜନ ବାନ୍ଧବ, ଆରତତ୍ରାଣ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରାର ପରିସମାପ୍ତି ଘଟିଛି। ସେହିକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନର୍ଲା ବ୍ଲକ ବୁଢିପଦରଠାରେ ଥିବା ଦେବଗିରି ମଠରେ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ହଜାର ହଜାର ଭକ୍ତଙ୍କ ସମାଗମରେ ଭରି ଉଠିଥିଲା ଦେବଗିରି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ମହାପ୍ରଭୁ ଦଧିବାମନ ଜୀଉଙ୍କୁ ପହଣ୍ଡିରେ ଆଣି ରଥାରୂଢ କରାଯାଇ ରଥଟଣା ଯାଇଥିଲା। ଡମବଜା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଯାଦବ ସେବାୟତ ଓ କନ୍ଧ ଗୌନ୍ତିଆ ସେବା ପ୍ରଦାନ କରିଥିଲେ। ଡାହୁକର ଡାକରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟ୍ରଷ୍ଟର ସଂପାଦକ ସୁନୀଲ ଧଙ୍ଗଡାମାଝୀ, ସଦସ୍ୟ ତପିବର ଦାସ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ଶତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଲୋକନାଥ ଗଉଡଙ୍କ ସମେତ ଅଶୋକ ଧଙ୍ଗଡାମାଝୀ, ଦେବରାଜ ଗଉଡ, ଜୟଦ୍ରଥ ଜାଲ, ପୂର୍ବା ଗଉଡ, ବିଭିଷଣ ଦାସ, ରୋମାଞ୍ଚଳ ଦାସ, ଟେବାନ୍ତ ଗଉଡ, ଧନେ ହେର୍ଣ୍ଣା ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.