ଭଦ୍ରାରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ: ଆବାସ ଯୋଜନା ଓ ପିଡିଏସ ଚାଉଳ ପାଇବାରୁ ହିତାଧିକାରୀ ବଞ୍ଚିତ, କୋଣସି ବିଭାଗୀୟ ଅଧିକାରୀଙ୍କ ଦେଖାନାହିଁ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଭଦ୍ରା ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଶୁଣାଣୀରେ ଚିତାମରା ଗାଁରେ ୧୫୦ ଜଣରୁ ଉର୍ଦ୍ଧ୍ବ ହିତାଧିକାରୀ ଥିବାବେଳେ ମାତ୍ର ୨୫ କେଭି ବିଦ୍ୟୁତ ଟ୍ରାନ୍ସଫରମର ଲାଗିଥିବା ଦ୍ୱାରା ବିଦ୍ୟୁତ ଲୋଭଟେଜ ରହୁଛି । ଯାହା ଫଳରେ ଲୋକେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଗାଁର ନବୀନ ବେମାଲ ଅଭିଯୋଗ କରିଛନ୍ତି ।‌ସେହିପରି ନୁଆଁପଡା ରୁଗୁଡ଼ିପଡାରେ ଦୀର୍ଘ ୧୨ ରୁ ଉର୍ଦ୍ଧ ହେଲା ମାତ୍ର ୧୦ କେଭି ବିଦ୍ୟୁତ ଟ୍ରାନଫରମର ବସିଥିବା ଦ୍ୱାରା ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଜଗନ୍ନାଥ ସାହୁ ଅଭିଯୋଗ କରିଥିଲେ । ଏହି ବରଗାଁ ସ୍କୁଲରେ ମାତ୍ର ଗୋଟିଏ ଶ୍ରେଣୀ ଗୃହ ଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠପଢୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗାଁର ନିରଞ୍ଜନ କୁମ୍ଭାର ଅଭିଯୋଗ କରିଛନ୍ତି । ଏପରିକି ଖାସବାହାଲ ଗାଁର ଚିତ୍ତରଞ୍ଜନ ନାଏକ ନାମକ ଜୈନିକ ଯୁବକ ଜଙ୍ଗଲ ଓ ଜମି ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ଅଭିଯୋଗ କରିଛନ୍ତି । ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନା, ଭତ୍ତା, ଗାଈଗୁହାଳ ଓ ରେସନ କାର୍ଡ ପାଇଁ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ବହୁ ଗରିବ ହିତାଧିକାରୀ ରେସନ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ । ଏହି ଶୁଣାଣିରେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ସୋମବାର ଦିନ ହେଉଥିବା ଅଧିକାରୀମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ବେଳେ କୋଣସି ବିଭାଗୀୟ ଅଧିକାରୀମାନଙ୍କ ଦେଖା ଦର୍ଶନ ମିଳି ନ ଥିଲା । ଯାହା ଫଳରେ ହିତାଧିକାରୀମାନଙ୍କ ଅଭିଯୋଗଗୁଡିକର ଉତ୍ତର ମିଳି ନ ଥିବାରୁ ଅନେକ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟତଃ ରାଜସ୍ୱ ବିଭାଗ, ଏବିଡିଓ, ଶିକ୍ଷା ବିଭାଗ, ବନ ବିଭାଗ, ପ୍ରାଣୀ ଚିକିତ୍ସା ଅଧିକାରୀ, ମସ୍ୟ ବିଭାଗ, ପୋଲିସ, କେନ୍ଦୁଲିପ, ଯୋଗାଣ ବିଭାଗ ୱାଟର ସେଟ ବିଭାଗ ଓ ବ୍ଲକ ବରିଷ୍ଠ କିମ୍ବା କନିଷ୍ଠ ଯନ୍ତ୍ରୀମାନେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବୈଠକ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମଧ୍ୟ ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ହିତାଧିକାରୀମାନଙ୍କ ଅଭିଯୋଗ ଶୁଣୁଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ଘୁନସର ସ୍ୱାସ୍ଥ୍ୟ ବିଭାଗ ଡାକ୍ତର ନାଗ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଶରତ ସାହୁ, କୃଷି କର୍ମଚାରୀ ବିନିତା ବାର୍ଲା, ସ୍ଥାନୀୟ ସରପଞ୍ଚ, ଜିଆରଏସ ନାରାୟଣ ଗହୀର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.