ଶ୍ରୀ ରାମ ସ୍ୱାମୀ ମନ୍ଦିର ଟ୍ରଷ୍ଟ ନୂଆପଡା ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ 

ନୂଆପଡା,୩/୭ : ଆସନ୍ତା କାଲି (ଗୁରୁବାର) ପବିତ୍ର ରଥ ଯାତ୍ରା । ଭାଇ ଭଉଣୀ ସହ ଜନ୍ମବେଦୀକୁ ଯିବେ ମହାପ୍ରଭୁ । ଜଗତରନାଥ ଜଗନ୍ନାଥଙ୍କ ତତ୍ତ୍ବ ସହ ସୁପରିଚିତ ପ୍ରାଚୀନ ସଭ୍ୟତାର ଅନନ୍ୟ ଅଞ୍ଚଳ ନୂଆପଡାର ଅନେକ ସ୍ଥାନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇ ପୂଜା ପାଉଛନ୍ତି । ସେହି କ୍ରମରେ ନୂଆପଡା ସହରରେ ମଧ୍ୟ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୁଏ ରଥଯାତ୍ରା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମହାପ୍ରଭୂ ମାନଙ୍କ ଘୋଷ ଯାତ୍ରା ପାଇଁ ଶ୍ରୀ ରାମ ସ୍ୱାମୀ ମନ୍ଦିର ଟ୍ରଷ୍ଟ ତରଫରୁ ନୂଆପଡା ଠାରେ ଟ୍ରଷ୍ଟ ସଭାପତି ଶ୍ରୀ ବସନ୍ତ ସିଂ ଠାକୁର (ପପ୍ପୁ ଠାକୁର ) ଏବଂ ସମ୍ପାଦକ କ୍ଷୀତୀଶ ବୋଧଙ୍କର (ସୀତୁ ବୋଧଙ୍କର ) ସୂଚନା ଦେଇଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଦେବ ଏବଂ ଭଉଣୀ ଶୁଭଦ୍ରା ଆସନ୍ତା କାଲି ମନ୍ଦିରରୁ ଅପରାହ୍ନ ୪ ଟା ସମୟରେ ବାହାରି ରଥାରୁଢ଼ ହେବେ । ରଥ ଉପରେ ଛେରାପହରା ଓ ଅନ୍ୟାନ୍ୟ ନିତିକାନ୍ତି ସମାପନ ହେବାପରେ ଭକ୍ତମାନେ ରଥ ଟାଣିବେ ।

Udyog Nursery
Udyogi Nursery

ଏହି ରଥ ସ୍ଥାନୀୟ ଗାୟତ୍ରୀ ମନ୍ଦିର, ଏକତା ଛକ ଓ ହନୁମାନ ମନ୍ଦିର ଛକ ଦେଇ ଇରିଗେସନ କଲୋନୀ ସ୍ଥିତ ରାଧାମାଧବ ମନ୍ଦିର (ମାଉସୀ ମନ୍ଦିର )ରେ ସେହିଦିନ ସନ୍ଧ୍ୟା ୬ ଟା ସମୟରେ ପହଁଚିବେ । ସମସ୍ତ ଭକ୍ତ ବୃନ୍ଦଙ୍କୁ ରଥାରୁଢ଼ ହୋଇ ଶ୍ରୀ ଜୀଉ ଦର୍ଶନ ଦେବେ । ଅଂଚଳ ବସିଙ୍କୁ ସୁଦର୍ଶନ ପାଇଁ ରଥକୁ ଗାୟତ୍ରୀ ମନ୍ଦିର ଛକ, ଏକତା ଛକ ଓ ହନୁମାନ ମନ୍ଦିର ଛକ ଠାରେ ୧୦ ମିନିଟ ପାଇଁ ରଖା ଯିବ । ଏହି ଅବସରରେ  ସମଗ୍ର ଉଠା ଦୋକାନୀ ମାନଙ୍କୁ ପଲିଥିନ ବ୍ୟବହାର ନକରିବା ପାଇଁ ବିନମ୍ର ଅନୁରୋଧ ଏବଂ ସର୍ବ ସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ସମ୍ପାଦନ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.