ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ବମକ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମସ୍ଥିତ ସାତୋଟି ନୂତନ ଗୃହ ଉଦ୍ଘାଟିତ ହେଇଯାଇଛି। ବମକ ଗ୍ରାମ ପଞ୍ଚାୟତର ପାଠାଗାର ଗୃହ, ଅଭ୍ୟର୍ଥନା ଗୃହ, ଅଙ୍ଗନୱାଡ଼ି କେନ୍ଦ୍ର ବମକ ସମେତ ଗୋଷ୍ଠୀ ସାଧନ କେନ୍ଦ୍ର କୁଟିଗୁଡୁମ୍, ଗୋଷ୍ଠୀ ସାଧନ କେନ୍ଦ୍ର ମାଙ୍କଡ଼ଖୋଳା, ଗୋଷ୍ଠୀ ସାଧନ କେନ୍ଦ୍ର କଢେଲ, ଗୋଷ୍ଠୀ ସାଧନ କେନ୍ଦ୍ର ବାଙ୍କେଲର ନୂତନ ଗୃହକୁ ମୂଖ୍ୟ ଅତିଥି ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ରୋମାଞ୍ଚ ସାହୁ ସଭାପତି ରାଜ୍ୟ ସରପଞ୍ଚ ମହାସଂଘ ଓଡ଼ିଶା ତଥା ସରପଞ୍ଚ ବମକ ଗ୍ରାମ ପଞ୍ଚାୟତ, ସଙ୍ଗୀତା ମାଝୀ ସମିତି ସଭ୍ୟା ବମକ ଗ୍ରାମ ପଞ୍ଚାୟତ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମ.ରାମପୁର ବ୍ଲକ ବିଜେଡ଼ି ସଭାପତି ଗୋବିନ୍ଦ ପ୍ରସାଦ ଶତପଥୀ ଉପସ୍ଥିତ ଥିଲେ। ବିକାଶ ରଂଜନ ସିଂହଦେଓ, ସତ୍ୟ ନାରାୟଣ ସାହୁ, ଭବାନୀ ଶଙ୍କର ସାହୁ, ଶିବ ପ୍ରସାଦ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।