ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବୁଧବାର ସୋନପୁର ଦୂର୍ଗାମଣ୍ଡପ ଛକ ନିକଟରେ ବଡ ଠାକୁରଙ୍କ ଠାରେ ଉପନ ଭୋଗ ଲାଗି ହେବା ସହ ନିତିକାନ୍ତି ପୂଜା ବିଧି କରାଯାଇଥିବା ବେଳେ ପରେ ଶ୍ରୀ ଜଗନ୍ନାଥ ବ଼ଡ ଠାକୁର ବଡ ଭାଈ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଏହି ଛକରୁ ବାହାରି ମଝିପଡା ଛକ ଠାରେ ଅଟକି ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସୋନପୁରରେ ଦଶମୀ ତିଥୀରେ ତିନି ଠାକୁର ମନ୍ଦିର ପ୍ରତ୍ୟାବର୍ତ୍ତନ କରିବା ବେଳେ ତିନି ଦିନ ଧରି ସହର ତଥା ବଡ ଦାଣ୍ଡର ବିଭିନ୍ନ ଛକରେ ଅଟକି ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ଛକ ମାନଙ୍କରେ ପ୍ରତି ଦିନ ପ୍ରଭୂଙ୍କ ଠାରେ ଛପନ ଭୋଗ ଅର୍ପଣ କରାଯାଇ ନାମ କୀର୍ତ୍ତନ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯକ୍ରମ ଅୟୋଜନ କରାଯାଇଥାଏ।
ଗୁରୁବାର ସନ୍ଧ୍ୟାରେ ମଝିପଡ଼ା ଠାରେ ମହାପ୍ରଭୂଙ୍କ ଠାରେ ଛପନ ଭୋଗ ଲାଗି ହେବା ପରେ ତିନି ଠାକୁରଙ୍କୁ ରଥ ଖଳା ଯାଏ ଅଣାଯିବ ଓ ପରେ ନାମ ସଙ୍କୀର୍ତ୍ତନ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ସହ ଗୋଟି ପହଣ୍ଡି କରି ମହାପ୍ରଭୁ ତିନି ଠାକୁରଙ୍କୁ ଜଗନ୍ନାଥ ମନ୍ଦିରରେ ନିଳାଦ୍ରୀ ବିଜେ କରାଯିବ। ଗୁରୁବାର ମହାପ୍ରଭୁଙ୍କ ଗୋଟି ପହଣ୍ଡି ସମୟରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି।