ଳଡୁଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟ ଠାରେ ବିଶ୍ଵ ଏଡସ୍ ଦିବସ ପାଳିତ।

 

 

କଳାହାଣ୍ଡି ,୧/୧୨:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଳଡୁଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟର ଯୁବ ରେଡକ୍ରସ୍ ଓ ରେଡ୍ ରିଭନ କ୍ଳବ୍ ଆନୁକୁଲ୍ୟରେ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି ।  ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତଙ୍କ ନେତୃତ୍ବରେ ଏକ ଏଡସ୍ ସଚେତନତା ଶୋଭାଯାତ୍ରା କରି ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରି  ସ୍ଳୋଗାନ ତଥା ଲିପ୍ପଲେଟ୍ ବଣ୍ଟନ କରି ଲୋକ  ମାନଙ୍କୁ ସଚେତନତା ସୃଷ୍ଟି କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ଏକ ଏଡସ୍ ସଚେତନତା ସଭା କରାଯାଇଥିଲା । ଅଧ୍ୟାପକ ପ୍ରେମାନନ୍ଦ ସାହାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଂପ୍ରସାରଣ ଅଧିକାରୀ ଚିତାନନ୍ଦ ପଣ୍ଡା ଯୋଗଦେଇ ଥିବା ବେଳେ ମୂଖ୍ୟ ବକ୍ତା ଭାବରେ ଅଧ୍ୟାପକ ଶଙ୍କର ସତନାମି, ସମ୍ମାନୀୟ ଅତିଥି  ଏଡସ୍ ପରାମର୍ଶଦାତା ଝସକେତନ ବାରିକ, ଳଡୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସ, ସ୍ବାସ୍ଥ୍ୟ କର୍ମି କେତେନ ପାତ୍ର, ଶ୍ରବଣ ପାଢି ପ୍ରମୂଖ ଯୋଗଦେଇଥିଲେ ।

Udyog Nursery
Udyogi Nursery

ଏହି ଅବସରରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ ।  ଅଧ୍ୟାପକ ହେମନ୍ତ ସେନାପତି, ଅଧ୍ୟାପିକା କଲ୍ୟାଣୀ ମହାନ୍ତି , ବିରେନ୍ଦ୍ର ନାରାୟଣ ଦାସ , ଭାଗବତ କଟା , ଭାରତ ଠାକୁର ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ପ୍ରଶାନ୍ତ ଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ଜଗଦିଶ ଚନ୍ଦ୍ର ନାଏକଙ୍କ ରିପୋର୍ଟ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.