ନୂଆପଡା,୪/୭ : ସଦର ବ୍ଲକ ଟାନୱଟ ଗାଁର ମନୋହର ପ୍ରସାଦ ସାହୁ (୪୦) ସାମାନ୍ୟ ଜର ହେଉ ଥିବାରୁ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟ ପରିକ୍ଷାକରି ଔଷଧ ନେଲେ । କିନ୍ତୁ ଫାର୍ମାସିଷ୍ଟ ଭୁଲ ମେଡ଼ିସିନ ଦେଇ ଥିବାରୁ ଘରକୁ ଯାଇ ମେଡ଼ିସିନ ଖାଇ ଅତ୍ୟନ୍ତ ଗୁରୁତର ହୋଇ ଯାଇ ଥିଲେ । ଯାହାଫଳରେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ଏଭଳି ଘଟଣା ପରେ ବିଭିନ୍ନ ମହଲରୁ ନିନ୍ଦା ପ୍ରକାଶ କରୁଥିବା ସହ ସ୍ଥାନୀୟ ଲୋକ ଓ ସମାଜସେବୀ ଉତ୍ୟକ୍ତ ହୋଇ ସି.ଡି.ଏମ.ଓ. ଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ଥିଲେ । ଏହି ଘଟଣାର ଶିକାର ହୋଇ ଥିବା ମନୋହର ପ୍ରସାଦ ସାହୁଙ୍କୁ ହସ୍ପିଟାଲ କତୃପକ୍ଷଙ୍କ ତରଫରୁ ସ୍ୱତନ୍ତ୍ର ସୁବିଧାରେ ଚିକିତ୍ସା କରାଯାଉ ବୋଲି ଆଇନଜୀବୀ କ୍ଷୀତୀଶ ବୋଧଙ୍କର (ସୀତୁ ବୋଧଙ୍କର ) ସି.ଡି.ଏମ.ଓ. ଙ୍କ ନିକଟରେ ରୋଗୀଙ୍କ ସମ୍ପର୍କୀୟ ଉମାଶଙ୍କର ସାହୁଙ୍କ ଉପସ୍ଥିତ ରେ ଦାବୀ କରି ଥିଲେ । ସି.ଡି.ଏମ.ଓ. ଡ଼ା ଜୋସ୍ନାରାଣୀ ପଟ୍ଟନାୟକଙ୍କୁ ଏ ସମ୍ବନ୍ଧେ ପଚାରିବାରୁ ସେ କହିଲେ ୨ ଜଣ ଫାର୍ମାସିଷ୍ଟ ରହିବା କଥା କିନ୍ତୁ ଯେହେତୁ ଜଣେ ଆଜି ଛୁଟି ରେ ଥିଲେ ସେଥିପାଇଁ ଭିଡରେ ଜଣେ ଟ୍ରେନିଂ କରୁଥିବା ଫାର୍ମାସିଷ୍ଟ ଛାତ୍ର ଭୁଲରେ ଅଲଗା ମେଡ଼ିସିନ ଦେଇ ଦେଇଛନ୍ତି । କିନ୍ତୁ ଯେହେତୁ ଟ୍ରେନିଂ କରୁଥିବା ଫାର୍ମାସିଷ୍ଟ ଛାତ୍ରଙ୍କୁ କିଛି ଜଣା ନାହିଁ ସେଥିପାଇଁ କାର୍ଯ୍ୟରତ ଫାର୍ମାସିଷ୍ଟ ଇଶ୍ଵରୀ ବାଗଙ୍କୁ କାରଣ ଦର୍ଶାଅ ନୋଟିସ କରାଯିବ ଏବଂ ଟ୍ରେନିଂ କରୁଥିବା ଫାର୍ମାସିଷ୍ଟ ଛାତ୍ରଙ୍କୁ ମେଡ଼ିସିନ ଦେବା ପାଇଁ ମନା କରାଯିବା ସହ ସ୍ୱତନ୍ତ୍ର ଚିକିତ୍ସା ପାଇଁ ଯେଉଁ ଦାବୀ ରଖିଥିଲେ ତାହାକୁ ପୁରଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇






