ନଗଦ ୫.୪ ଲକ୍ଷ ଟଙ୍କା ସହିତ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ):  ଆଜି ଅପରାହ୍ନ ସମୟରେ ନଗଦ ୫.୪ ଲକ୍ଷ ଟଙ୍କା ସହିତ ବୃନ୍ଦାବାହାଲ ସରପଞ୍ଚଙ୍କୁ ଧରିଲା ଭିଜିଲାନ୍ସ ଟିମ୍। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମପଞ୍ଚୟତର ସରପଞ୍ଚ ଦୀନେଶ କୁମାର ରାଉତ  ଗୋଲାମୁଣ୍ଡାରୁ ବୃନ୍ଦାବାହାଲ ଅଭିମୁଖେ ନିଜର ଓଡ଼ି ୦୮ ସି ୫୩୩୫ ବୋଲେରୋ ଗାଡିରେ ଯାଉଥିବା ବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କୁ ଅଟକାଇଥିଲା। ତାଙ୍କ ପାଖରୁ ସନ୍ଦେହଜନକ ଭାବେ ନଗଦ ୫.୪ ଲକ୍ଷ ଟଙ୍କା ମିଳିଥିଲା।

ଶ୍ରୀ ରାଉତ ସନ୍ତୋଷଜନକ ହିସାବ ଦେଇନପାରିବାରୁ ତାଙ୍କଠାରୁ  ଟଙ୍କାକୁ ଜବତ କରିଥିଲା ଭିଜିଲାନ୍ସ ଟିମ୍। ଜବତ ହୋଇଥିବା ନଗଦ ଟଙ୍କା ବ୍ୟତୀତ ତାଙ୍କ ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଏସଂକ୍ରାନ୍ତରେ ଶ୍ରୀ ରାଉତଙ୍କୁ ଅଟକ ରଖି ତାଙ୍କ ଘର ସହିତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ କରି ତଦନ୍ତ ଜାରି ରଖିଛି ଭିଜିଲାନ୍ସ ଟିମ୍।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.