ଗଡ ଭିତର ବଡ ଜଗନ୍ନାଥ ଓ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ଆଜି ମାଉସୀ ଘର ଯିବେ ଚତୁର୍ଦ୍ଧାମୂର୍ତ୍ତି

ସୋନପୁର,୪/୭ : ଆଜି ପବିତ୍ର ରଥଯାତ୍ରା । ଜଗନ୍ନାଥ ସଂସ୍କୃତିର ସୌରଭରେ ବିଚ୍ଛୁରିତ ହେଉଥିବା ସୁବର୍ଣ୍ଣପୁର ମାଟି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଉତ୍ସବ ମୂଖର ହୋଇପଡିଛି । ଜିଲ୍ଲାର ବିଭିନ୍ନ ମଠ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଦେବସ୍ନାନ ପୂର୍ଣ୍ଣିମାଠାରୁ ଦୀର୍ଘ ୧୪ ଦିନ ଧରି ଅଣସର ଘରେ ରହିବା ପରେ ସୁବର୍ଣ୍ଣପୁରର ବଡ ଜଗନ୍ନାଥ, ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହ ଘୋଡାଘାଟପଡା ଦଧିବାମନ, ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନବଯୌବନ ଦର୍ଶନ ହୋଇଛି ।

ଏଥିପାଇଁ ଗଡଭିତର ବଡ ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ସୁସଜ୍ଜିତ କରାଯାଇ ମଣ୍ଡପରେ ବିଜେ କରାଯାଇ ପରମ୍ପରଙ୍କ ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ମନ୍ଦିର ପୂଜକ ରାମଗୋପଳ ପୁଝାରୀଙ୍କ ସହ ଅନ୍ୟ ସେବାୟତମାନେ ଉପସ୍ଥିତ ଥିଲେ । ସେହିପରି ଭାବରେ ଘୋଡାଘାଟପଡା ଦଧିବାମନ ମନ୍ଦିରରେ ମଧ୍ୟ ତିନି ଠାକୁରଙ୍କୁ ବିଭିନ୍ନ ପୁଷ୍ପରେ ସଜ୍ଜ୍ଖଚ୍ଛ କରାଯିବା ପରେ ମଣ୍ଡପରେ ବିଜେ କରାଯାଇ ପରଂପରା ଅନୁକ୍ରମେ ରୀତିନୀତି ଅନୁସାରେ ପୁଜାର୍ଚ୍ଚନା କରାଯାଇଥିଲା । ନବଯୌବନ ବେଶ ଦେଖିବାକୁ ସୁବର୍ଣ୍ଣପୁର ଜିଲାପାଳ ମଧୁସୂଦନ ମିଶ୍ର ଉଭୟ ବଡ ଜଗନ୍ନାଥ ଓ ଦଧିବାମନ ମନ୍ଦିରୁକୁ ଯାଇ ଠାକୁରଙ୍କ ଠାରେ ପୁଜାର୍ଚ୍ଚନା କରିଥିଲେ । ଠାକୁର ମାନଙ୍କ ଏହି ନବଯୌବନ ଦର୍ଶନ ପାଇଁ ଉଭୟ ବଡ ଜଗନ୍ନାଥ ଓ ଦଧିବାମନ ମନ୍ଦିରରେ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ଠାକୁରମାନଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ଜିଲା ଦେବୋତ୍ତର ବିଭାଗ ଓ ରଥଯାତ୍ରା ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି । ନବଯୌବନ ଦର୍ଶନ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିବା ବେଳେ ରଥଯାତ୍ରା ପାଇଁ ଜିଲା ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.