ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ପ୍ରକାର ଅଚଳାବସ୍ଥା

ଗୁରୁଜୀଙ୍କ ବଦଳି ବାତିଲ ଦାବି

Omkar Vasthu
Omkar Vasthu

ସୋନପୁର : ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ବୁଧବାର ବିଦ୍ୟା ମନ୍ଦିର ଜନୈକ ଗୁରୁଜୀଙ୍କ ଅନ୍ୟତ୍ର ବଦଳିକୁ ନେଇ ମନ୍ଦିରରେ କାର୍ଯ୍ୟରତ ପ୍ରାୟ ୨୨ ଜଣଙ୍କ ମଧ୍ୟରୁ ୨୦ ଜଣ ଅନୁ ସ୍ଥିତ ରହିବା ସହ ଶିକ୍ଷାଦାନରୁ ନିବୃତ ରହିଛନ୍ତି । ଫଳରେ ଏହାକୁ ନେଇ ବର୍ତ୍ତମାନ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଏପରିକି ଆଉ ୫ ଦିନ ପରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମାସିକ ପରୀକ୍ଷା ଥିବାରୁ ପରିଚାଳନା କର୍ତ୍ତୃପକ୍ଷ ତୁରନ୍ତ ଏହାର ସମାଧାନ କରି ଶିକ୍ଷାଦାନ ସ୍ୱାଭାବିକ କରିବାରୁ ଅଭିଭାବକ ମହଲରେ ଦାବି ହେଉଛି । ପ୍ରକାଶ ଯେ, ଶିକ୍ଷା ବିକାଶ ସମିତିର ପତ୍ର ସଂଖ୍ୟା ୭୭୪/ ୧୯, ତା. ୨୦.୬.୧୯ ଅନୁଯାୟୀ ଏହି ବିଦ୍ୟା ମନ୍ଦିରରେ କାର୍ଯ୍ୟରତ ଗୁରୁଜୀ ମନ୍ମଥ ପଧାନଙ୍କୁ ତରଭା ଶିଶୁ ମନ୍ଦିରକୁ ବଦଳି ପାଇଁ ଆଦେଶ ଦିଆଯାଇଛି । ତେବେ ଏହି ଆଦେଶ ମିଳିବା ପରେ ୨୫ ତାରିଖ ଦିନ ସମ୍ପରକ୍ତ ଗୁରୁଜୀ ନିଜର ମାଁଙ୍କ ଦେହ ଅସୁସ୍ଥତା ଦର୍ଶାଇ ବଦଳି ଆଦେଶ ବାତିଲ କରିବାକୁ ସମ୍ପଙ୍କଦକଙ୍କ ସହ ବିଦ୍ୟା
ମନ୍ଦିର ପରିଚାଳନା କମିଟିକୁ ଲିଖିତ ଭାବେ ଅନୁରୋଧ କରିଥିଲେ । ଏପରିକି ବିଦ୍ୟା ମନ୍ଦିରର ଶିଶୁ ବାଟିକା ବିଭାଗରେ ଦୀର୍ଘ ୧୫ ବର୍ଷ କାର୍ଯ୍ୟରତ ଥିବା ଜଣେ ବରିଷ୍ଠ ଗୁରୁଜୀଙ୍କ ସ୍ଥାନାନ୍ତରଣକୁ ସ୍ଥଗିତ କରିବା ପାଇଁ ବିଦ୍ୟା ମନ୍ଦିରର ପ୍ରାୟ ୩୬ ଜଣ ଗୁରୁଜୀ ଗୁରୁମା ଗତ ୨୮ ତାରିଖ ଦିନ ଲିଖିତ ଭାବରେ ସମ୍ପଙ୍କଦକ ଓ ପରିଚାଳନା କମିଟିଙ୍କୁ ଜଣାଇଥିଲେ । କିନ୍ତୁ ଏସବୁ ସତ୍ତେ ସମ୍ପୃକ୍ତ ଗୁରୁଜୀଙ୍କୁ ଏଠାରୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦିଆଯିବା ପ୍ରତିବାଦରେ ବୁଧବାର ଏଠାରେ କାର୍ଯ୍ୟରତ ପ୍ରାୟ ୨୦ ଜଣ ଗୁରୁଜୀ ବିଦ୍ୟା ମନ୍ଦିରରେ ଅନୁସ୍ଥିତ ରହିବା ସହ ଶିକ୍ଷାଦାନରୁ ନିବୃତ ରହିଥିଲେ । ଏଠାରୁ ସ୍ଥାନାନ୍ତରଣ ହେଉଥିବା ଗୁରୁଜୀଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନ ଥାଇ କେଉଁ କାରଣରୁ ଏଠାରୁ ଅନ୍ୟତ୍ର ବଦଳି କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଶିକ୍ଷାଦାନକୁ ଦୃଷ୍ଟିରେ ରଖି ଆଜି କିଛି ନିକଟସ୍ଥ ଶିଶୁ ବିଦ୍ୟା ମନ୍ଦିରରୁ ଗୁରୁଜୀ ମାନଙ୍କୁ ଆଣି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟାରେ ପରିଚାଳନା କମିଟି ବୈଠକ ବସି ଏ ସମ୍ପକୟଙ୍କର ଆଲୋଚନା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମିଟି ସମ୍ପଙ୍କଦକ ନିରଞ୍ଜନ ପାଣ୍ଡିଆ ସୂଚନା ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.