ଅଲିମ୍ପିକ୍ସରେ ଏ ଭଳି ଘଟଣା ଥରେ ହୋଇଛି, ଗୋଟିଏ ଇଭେଂଟରେ ୨ଜଣଙ୍କୁ ସ୍ୱର୍ଣ୍ଣ

ଓଡ଼ିଆ ବାର୍ତ୍ତା/ ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ ସଂସ୍କରଣ ଏଥର ପ୍ୟାରିସରେ ଆୟୋଜିତ ହେବ । ଏଥର ୨୦୪ ଦେଶର ୧୦୦୦୦ରୁ ଅଧିକ ଆଥଲେଟ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ଇଭେଂଟରେ ୨ଜଣ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା । ଅଲିମ୍ପିକ ଇତିହାସରେ ଏ ଭଳି ଘଟଣା ପ୍ରଥମ ଥର ଘଟିଥିଲା । ହାଇଜମ୍ପ ଇଭେଂଟରେ କତାରର ମୁତାଜା ଏସା ବାର୍ଶିମ ଓ ଇଟାଲୀର ଜିୟାନମାର୍କୋ ତାମ୍ବେରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସଲ ନେଇ କଡା ସଂଘର୍ଷ ଦେଖିବାକୁ ମିଳିଥିଲା । ବାରମ୍ବାର ଉଭୟଙ୍କ ସ୍କୋର ସମାନ ରହିଥିଲା ।

ଶେଷରେ ଅଧିକାରୀ ଜମ୍ପ ଅଫର ନିଷ୍ପତି ନେଇଥିଲେ । ଏହା ପୂର୍ବରୁ ବିଶ୍ୱ ଚାମ୍ପିୟନ ବାର୍ଶିିମ ଅଧିକାରୀଙ୍କୁ ପଚାରିଥିଲେ ଆମ ଦୁଇ ଜଣଙ୍କୁ ଏକତ୍ର ସ୍ୱର୍ଣ୍ଣ ପଦକ ମିଳିପାରିବ କି ? ସେମାନେ ଜମ୍ପ କରି କରି ହାଲିଆ ହୋଇ ପଡିଥିଲେ । ଅଧିକାରୀଜଣଙ୍କ ହଁ କହିବା ମାତ୍ରେ ଉଭୟ ଆଥଲେଟ ଖୁସିରେ ଝୁମି ଉଠି ପରସ୍ପରକୁ ଆଲିଙ୍ଗନ କରିଥିଲେ । ଏହି ବିଭାଗରେ ରୌପ୍ୟ ପଦକ କାହାକୁ ପ୍ରଦାନ କରାଯାଇ ନ ଥିଲା । ବେଲାରୁଷର ମାକ୍ସିମ ନେଦାସେକୋ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.