ବିଭିନ୍ନ ଶୈବପୀଠରେ ଜଳାଭିଷେକ ଲାଗି ଭିଡ଼

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଶ୍ରାବଣର ପ୍ରଥମ ସୋମବାର କୋକସରା ବ୍ଲକର ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମନ୍ଦିର ଗୁଡ଼ିକ ଶ୍ରାବଣ ନିତୀ ନିର୍ଘଣ୍ଟ ଅନୁସାରେ ଖୋଲା ଯାଇଥିବାବେଳେ ହର ହର ମହାଦେବ, ବୋଲବମ, ଶିବ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିସର।

Omkar Vasthu
Omkar Vasthu

ବ୍ଲକର ବଡକେନ୍ଦୁଗୁଡା ସ୍ଥିତ ଝାରବନ୍ଦଠାରେ ଥିବା ସର୍ବପୁରାତନ ଶୈବପୀଠ କାଲେଶ୍ୱର ମହାଦେବଙ୍କ ପୀଠ ସମେତ କୁସୁମଖୁଣ୍ଟି, ମୋଟେର ଚମ୍ପେଶ୍ୱର ମହାଦେବ, କାଦୋପଦର, ଡ଼ହଗାଁ, ରେଙ୍ଗାଳପାଳି, ଝରିଆଗୁଡା, କୋକସରା, ଓଲମା, କୁମୁଡାମୁଣ୍ଡା, ସିଉନୀ, ବଡପୋଡାଗୁଡା, ଭାଲିଆଯୋର, ଡୁମେରବାହାଲ, ବରାଡଙ୍ଗା, ମୁଷାପାଲି, ଲଡୁଗାଁ, ଚିକିଲି, ଘଣ୍ଟିଗୁଡା, ଗୋତମୁଣ୍ଡା, ମୁଗୁନାପଦର, ଡେଙ୍ଗାଗୁଡା ଆଦି ସ୍ଥାନ ମାନଙ୍କରେ ଥିବା ଶୈବପୀଠ ଗୁଡିକରେ ଶହସ୍ର ମାନସିକଧାରୀ କାଉଡିଆମାନେ ଜଳାଭିଷେକ କରିବା ଲାଗି ମନ୍ଦିରରେ ଭିଡ ଜମାଇଥିଲେ। ଶୈବପୀଠ ଗୁଡିକରେ ଶୃଙ୍ଖଳିତ ଜଳାଭିଷେକ ସହ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ପରିଚାଲନା କମିଟି ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.