ଉଚ୍ଛଳା ନୂଆଗୁଡାରୁ ବାଳିକା ଆବାସିକ ବିଦ୍ୟାଳୟ ରାସ୍ତା ଅବସ୍ଥା ଶୋଚନୀୟ

ଲଗାଣ ବର୍ଷାରେ ଭାଙ୍ଗିଲା ଆବାସିକ ବିଦ୍ୟାଳୟର ପାଚେରି

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଳା ଗ୍ରାମର ନୂଆଗୁଡା ଛକ ଛକ ଠାରୁ ବାଳିକା ଆବାସିକ ବିଦ୍ୟାଳୟକୁ ଯିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଗତ କିଛିଦିନ ହେବ ଲଗାଣ ବର୍ଷା ହେବା ଫଳରେ ରାସ୍ତା ସାର ଖାଲଖମାରେ ବର୍ଷା ପାଣି ଭର୍ତ୍ତି ହୋଇ ପୋଖରୀ ଭ୍ରମ ସୃଷ୍ଟି କରିଛି। ଯାହାରି ଫଳରେ ବିଦ୍ୟାଳୟକୁ ଯିବା ପାଇଁ ଶିକ୍ଷକ, ବାଳିକା ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବର୍ଷା ଯୋଗୁଁ ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ପଛ ପଟ ପାଚେରୀ କାନ୍ଥ ଭୁଶୁଡ଼ି ପଡିଛି। ଯାହାରି ଫଳରେ ବିଦ୍ୟାଳୟ ପଛପଟ ଖୋଲା ରହିଥିବାରୁ ଛାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି। ଏହାକୁ ନେଇ ଅବିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁସାରେ ବିଦ୍ୟାଳୟଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୧୯୮୮ ମସିହାରେ ସ୍ଥାପିତ ହୋଇଥିବା ବେଳେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ ଜଣ ଅନୁସୂଚିତ ଜାତି ଜନଜାତିର ଛାତ୍ରୀ ଅଧ୍ୟୟନ କରିବା ପାଇଁ ନିର୍ମାଣ କରାଯାଇଛି। ଚଳିତ ବର୍ଷ ବିଦ୍ୟାଳୟରେ ୩୪୦ ଜଣ ଛାତ୍ରୀ ରହୁଛନ୍ତି।

Omkar Vasthu
Omkar Vasthu

 

ବିଗତ ବର୍ଷ ଏହି ବିଦ୍ୟାଳୟକୁ ଫାଇବ୍-ଟି ଅନ୍ତର୍ଭୁକ୍ତ କରି ଶ୍ରେଣୀ କୋଠା ସାଇନ୍ସ ଲେବ୍ ଇ ଲାଇବ୍ରେରୀ ଆଦି ନିର୍ମାଣ କରାଯାଇଥିଲେ ମଧ୍ୟ ବିଦ୍ୟାଳୟର ପୁରୁଣାକୁ ଏ ଯାଏଁ ମରାମତି କରା ନ ଯିବାରୁ ଦୁର୍ବଳ ହୋଇ ପ୍ରଥମ ବର୍ଷାରେ ଦୁଇଶହ ଫୁଟ ପାଚେରୀ କାନ୍ଥ ଭୁଶୁଡ଼ି ପଡିଛି। ଏହି ବିଦ୍ୟାଳୟ ଗାଁ ଠାରୁ ଦୂରରେ ରହିଥିବା ବେଳେ ବିଦ୍ୟାଳୟର ଚାରିପାଖରେ ଜଙ୍ଗଲ ଭରିରହିଛି। ଏହି ଅଞ୍ଚଳରେ କିଛି ଦିନ ତଳେ ଜଙ୍ଗଲି ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। ଗ୍ରାମବାସୀ ଭାଲୁ ବୁଲୁଥିବା କହୁଥିବା ବେଳେ ପାଚେରୀ ଭାଙ୍ଗିଯିବା ଫଳରେ ଛାତ୍ରୀ ମାନଙ୍କର ସୁରକ୍ଷାକୁ ନେଇ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଅନ୍ୟପକ୍ଷରେ ନୁଆଗୁଡା ଗ୍ରାମରେ ଡାକ୍ତରଖାନା, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ରାଜସ୍ୟ ନିରୀକ୍ଷକଙ୍କ କାର୍ଯ୍ୟଳୟ, ବାଳିକା ଆବାସିକ ବିଦ୍ୟାଳୟ ଥିବାରୁ ଶହଶହ ଲୋକେ ଯିବା ଆସିବା କରିଥାନ୍ତି। ଏ ନେଇ ଉଚ୍ଚଳା ସରପଞ୍ଚ ସୁବର୍ଣ୍ଣି ନାଏକଙ୍କୁ ପଚାରିବାରୁ ଅନୁଦାନ ଆସିଲେ ପାଚେରୀ ନିର୍ମାଣ ସହ ରାସ୍ତାର ମରାମତି ଦିଗରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ତଥା ବ୍ଳକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.