କୋକସରା ବ୍ଲକ ସାମ୍ବାଦିକ ସଂଘ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କାଉଡୋଲା ଠାରେ ବୁଧବାର କୋକସରା ବ୍ଳକ ସାମ୍ବାଦିକ ସଂଘ (କେବିଏସ୍ଏସ୍) ପକ୍ଷରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଚକ୍ରଧର ବେଶ୍ରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ସାମ୍ବାଦିକମାନେ ନିଜ ନିଜର ମତ ଉପସ୍ଥାପନା କରିଥିଲେ। ବୈଠକରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକ ଭବନ ଓ ଅଣ ସାମ୍ବାଦିକ ଚିହ୍ନଟ କରିବା ପାଇଁ ଆଗାମୀ ଦିନରେ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବା, ଅଞ୍ଚଳରେ ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା, ନିର୍ଭୁଲ ଓ ନିରପେକ୍ଷ ଖବର ପ୍ରକାଶ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା।

Omkar Vasthu
Omkar Vasthu

ଏଥି ସହିତ ଖବର ସଂଗ୍ରହ କରିବା ଆଳରେ ଜିଲ୍ଲା ଓ ଅନ୍ୟ ବ୍ଳକରୁ ଅଣସାମ୍ବାଦିକ ମାନେ କୋକସରା ବ୍ଳକର ବିଭିନ୍ନ ଅଫିସ୍ ଓ ସରକାରୀ କାର୍ଯ୍ୟାଳୟକୁ ଆସି କର୍ମଚାରୀ ମାନଙ୍କୁ  ହଇରାଣ କରୁଥିବା ଖବର ସାମ୍ନାକୁ ଆସୁଛି, ଯାହା ଫଳରେ କୋକସରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଗାରିମା କ୍ଷୁର୍ଣ୍ଣ ହେବାସହ ଗଣମାଧ୍ୟମର ସମ୍ମାନ ହାନି ହେଉଛି। ଯାହାକୁ ବ୍ଳକ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ଯଦି ଏଭଳି କାର୍ଯ୍ୟ କରୁଥିବା ଅଭିଯୋଗ କିମ୍ବା ନଜରକୁ ଆସେ ତାହେଲେ ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଣ୍ଟା ଭିଡିବ ବୋଲି ବୈଠକରେ ନିଷ୍ପତି କରାଯାଇଛି। ବୈଠକରେ ସାମ୍ବାଦିକ ବସନ୍ତ ସରାବୁ, ଜଗଦୀଶ ନାଏକ, ହିରଣ୍ୟ ବେହେରା, ପରେଶ ପଟ୍ଟନାୟକ, ତୁଲାରାମ ବେହେରା, ପୁରୁଷୋତ୍ତମ ସିଂ ରାଜପୁତ, ଦେବେନ୍ଦ୍ର ସାଗର ସମେତ କାର୍ଯ୍ୟରତ ସାମ୍ବାଦିକମାନେ ଉପସ୍ଥିତ ରହିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.