ବଲାଙ୍ଗୀର ଜିଲ୍ଲାର ୨ ଜଣ ଯୁବକଙ୍କ ସାଇକେଲ ଯୋଗେ ନେପାଲ ଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଗତ ଜୁଲାଇ ୧୦ ତାରିଖରୁ ସାଇକେଲ ମାଧ୍ୟମରେ ୨ ଜଣ ଯୁବକ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଟିକ୍ରାପଡ଼ା ଗ୍ରାମର ଗୋକୁଲା ନାଗ ଓ ମୁରିବାହାଲ ବ୍ଲକ ଚଲକି ଗ୍ରାମର ଘନଶ୍ୟାମ ବାଗ ୨ ଜଣ ଯୁବକ ନେପାଳ ଅଭିମୁଖେ ସାଇକେଲ ଯୋଗେ ଯାତ୍ରା କରିଥିବା ଜଣାପଡିଛି। ଦୁହେଁ ଅତ୍ୟନ୍ତ ଗରିବ ପରିବାରର ଅଟନ୍ତି ହେଲେ ତାଙ୍କର ପିଲା ଦିନରୁ ଇଚ୍ଛାଥିଲା ବଲାଙ୍ଗୀର ଜିଲ୍ଲାରୁ ନେପାଲ ଯିବା ପାଇଁ। କିନ୍ତୁ ଅର୍ଥ ବାଧକ ସାଜିଥିଲା। ତେଣୁ ସେମାନେ ୨ଟି ସାଇକେଲ ମାଧ୍ୟମରେ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ବାହାରି ପଡିଛନ୍ତି। ସେମାନେ ବର୍ତ୍ତମାନ ଉତ୍ତର ପ୍ରଦେଶର ବାରାଣସୀ ସହରରେ ଅଛନ୍ତି।

Omkar Vasthu
Omkar Vasthu

ହାତରେ ଟଙ୍କା କମ ଥିବାରୁ କିଏ କଣ ଖାଇବା ଦେଲେ ଖାଉଛନ୍ତି ନ ହେଲେ ଗୋଟିଏ ଓଲିରେ କାମ ଚଳାଉଛନ୍ତି। ଯେଉଁଠି ରାତି ହେଲେ ସେହି ସ୍ଥାନରେ ଶୋଇ ଯାଉଛନ୍ତି। ସେମାନଙ୍କ କହିବା ଅନୁଯାୟୀ ସେମାନେ ବାଟରେ ଯେଉଁ ରାଜ୍ୟ ଜିଲ୍ଲା ପଡୁଛି ସେଠାକାର କଳା ସଂସ୍କୃତି ଭାଷା ଜାଣିବା ସହିତ ଆମ ଓଡ଼ିଶା ସମ୍ବଲପୁରୀ ସଂସ୍କୃତି ଭାଷାକୁ ସେମାନଙ୍କୁ ପରିଚିତ କରାଇବାରେ କିଛି ସହଯୋଗ କରିବେ ବୋଲି କହିଛନ୍ତି। ସାରା ବିଶ୍ୱକୁ ଗୋଟିଏ ବାର୍ତ୍ତା ଦେଇଛନ୍ତି ଇଚ୍ଛା ଥିଲେ ସବୁ କିଛି ସମ୍ଭବ ହୁଏ ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସାଇକେଲ ଯାତ୍ରା ପାଇଁ ଟିକ୍ରାପଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି ତାଙ୍କୁ ମୋବାଇଲ ନଂ ୮୫୯୦୨୮୩୧୭୧ ରେ ଯୋଗାଯୋଗ କରି ପାରିବେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.