ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଏନଏସଏସ ବ୍ୟୁରୋ ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ଅନ୍ତର୍ଗତ ବିଭିନ୍ନ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟଗୁଡ଼ିକର ଆଲୋଚନା ତଥା ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିରିକୃତ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଶ୍ବବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ବିତ୍ତ ନିୟନ୍ତ୍ରକ କରନ ସୋରେନ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ପ୍ରମୁଖ ଉପସ୍ଥିତ ହୋଇଥିଲେ। ଏଥିସହ ବୈଠକରେ ଏନଏସଏସ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱରର ନିର୍ଦ୍ଦେଶକ ସରିତା ପଟେଲ , ରାଜ୍ଯ ନୋଡାଲ ଅଫିସର ତଥା ଡେପୁଟି ସେକ୍ରେଟେରୀ-ଓଡିଶା ସରକାର, ଡକ୍ଟର ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ହୋଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏନଏସଏସ ଅନ୍ତର୍ଗତ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକର ସବିଶେଷ ରିପୋର୍ଟର ତର୍ଜମା କରିଥିଲେ। ଏଥିସହିତ ବିଶ୍ବବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟଗୁଡ଼ିକରେ ଏନଏସଏସ ର କାର୍ଯ୍ୟକ୍ଷମ ସଂପର୍କୀତ ପ୍ରସଙ୍ଗ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ପରାମର୍ଶଦାତା କମିଟିର ଅନ୍ୟାନ୍ଯ ସଦସ୍ଯ ଭାବେ, ରୋଟାରୀ କ୍ଲବ ଅନ୍ ସି- ବାଲେଶ୍ବର, ଗୌରାଙ୍ଗ ପଣ୍ଡା- ଡିପିଓ ବାଲେଶ୍ବର, କମଳାକାନ୍ତ ଓଝା- ଡିପିଓ ଭଦ୍ରକ, ଫକୀର ମୋହନ ମେଡିକାଲ କଲେଜର ଜିଲ୍ଲା ରକ୍ତ ଭଣ୍ଡାରର ଅଧିକାରୀ, ବାଲେଶ୍ବର ଚାଇଲ୍ଡ ଲାଇନ କାର୍ଯ୍ଯାଳୟର ମୂଖ୍ଯ, କିଟ୍ ବିଶ୍ୱବିଦ୍ୟାଳୟର ଡ଼କ୍ଟର ସ୍ମୃତି ରଞ୍ଜନ ଦାସ, ନିର୍ମାଲ୍ଯ ବେହେରା- କ୍ଷେତ୍ର ପ୍ରଚାର ଅଧିକାରୀ, କେନ୍ଦ୍ରୀୟ ସଂଚାର ବୁରୋ, କ୍ଷେତ୍ର କାର୍ଯ୍ୟାଳୟ, ବାଲେଶ୍ଵର, ଭାରତ ସରକାର, ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର ପ୍ରେସିଡେଣ୍ଟ ଡକ୍ଟର ଚୌଧୁରୀ ସତ୍ଯବ୍ରତ ନନ୍ଦ, ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରିନସିପାଲ, ତିହିଡି ମହାବିଦ୍ୟାଳୟର ପ୍ରିନସିପାଲ, ନୀଳଗିରି ମହିଳା ମହାବିଦ୍ୟାଳୟ ଏନଏସଏସ ପ୍ରୋଗ୍ରାମ ଅଫିସର ମୌସୁମୀ ଭୋଳ, ଫକୀର ମୋହନ ବିଶ୍ୱବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଡ଼କ୍ଟର ଜଗନ୍ନାଥ ବେହେରା ଓ ଡ଼କ୍ଟର ପ୍ରତିମା ପ୍ରଧାନଙ୍କ ସହ ଛାତ୍ର ପ୍ରତିନିଧି ଭାବେ ବିଶ୍ବବିଦ୍ୟାଳୟ ସମାଜ ସେବା ବିଭାଗର ଛାତ୍ର ସ୍ଲୋଗାନ ବାରିକ ଓ ଛାତ୍ରୀ ସୁନୀତା ପାତ୍ର ଯୋଗଦେଇ ବିଭିନ୍ନ ମତାମତ ପ୍ରଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନିଷ୍କର୍ସ ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଥିଲା- ଯଥା, ସ୍ବାସ୍ଥ୍ୟ ସଂପର୍କିତ ସଚେତନା କାର୍ଯ୍ୟକ୍ରମ, ହାତକୁ ନିଆଯାଇଥିବା ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟବସ୍ଥିତ ଧାରା ସ୍ଥାପନ, ଗୋଷ୍ଠୀମାନଙ୍କୁ ଅଧିକ ଅନ୍ତର୍ଭୁକ୍ତ, ଚାରାରୋପଣ, ସ୍ବେଚ୍ଛାସେବୀଙ୍କ ତାଲିମକୁ ତ୍ୱରାନ୍ୱିତ, ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଯତ୍ନ ଓ ଅଧିକାର ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ, ବିଶ୍ବବିଦ୍ୟାଳୟ ଦ୍ବାରା ଜାରିରହିଥିବା ‘ବଜ୍ରପାତ ଜନିତ କ୍ଷତିରୁ ସୁରକ୍ଷିତ ରହିବାର ପ୍ରଣାଳୀ’ ସମ୍ବନ୍ଧିତ ପ୍ରତ୍ୟେକ କାର୍ଯ୍ୟକ୍ରମ, ସମସ୍ତ ମହାବିଦ୍ୟାଳୟଗୁଡ଼ିକରେ ଏନଏସଏସ ୟୁନିଟ ସ୍ଥାପନ, ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଶିଶୁଙ୍କୁ ପୁନର୍ବାର ସ୍କୁଲ ପହଞ୍ଚାଇବାର ପ୍ରୟାସ, ବାଲ୍ଯ ବିବାହ, ଶିଶୁ ଶ୍ରମିକ ଆଦି ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଜନସଚେତନତା କାର୍ଯ୍ୟକ୍ରମ ସହ ଆଗାମୀବର୍ଷ ନିମନ୍ତେ ଆବଶ୍ୟକ ବଜେଟ ଆଦି ଅନ୍ୟାନ୍ଯ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।ଆଗାମୀଦିନରେ ବିଶ୍ବବିଦ୍ୟାଳୟର ଏନଏସଏସ ବ୍ୟୁରୋ ଓ ଏହାର ସ୍ବେଚ୍ଛାସେବୀମାନେ ଅଧିକରୁ ଅଧିକ ସକ୍ରିୟ ହୋଇ ନୂତନ ଓ ସମାଜ ସଂସ୍କାରମୂଳକ ସଚେତନଶୀଳ କାର୍ଯ୍ୟକ୍ରମ ସହ ଲୋକଙ୍କ ପାଖରେ ପହଞ୍ଚାଇବେ ଓ ସାମାଜିକ ପ୍ରସାର ବଢ଼ାଇ ଜନସମ୍ପର୍କକୁ ପ୍ରଭାବଯୁକ୍ତ କରିବାର ଲକ୍ଷ୍ଯ ରଖିବାକୁ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଏନଏସଏସ ବ୍ୟୁରୋର ସଂଯୋଜକ ଡ଼କ୍ଟର ଅମୁଲ୍ଯ କୁମାର ଆଚାର୍ଯ୍ଯ ସଂଚାଳନ କରିଥିଲେ ଓ ବାଲେଶ୍ଵର ଡିପିଓ ଗୌରାଙ୍ଗ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.