ଶିକ୍ଷକ ବଦଳିକୁ ନେଇ ଅସନ୍ତୋଷ; ସ୍କୁଲରେ ତାଲା ପକାଇ ପରିଚାଳନା କମିଟି ଓ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ସ୍ଥିତ କେଓମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ବଦଳି କରାଯାଇଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକଙ୍କ ତରଫରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖବର ପାଇ ନୂତନ ଭାବେ ଯୋଗଦାନ କରିଥିବା ସିଆରସିସି ଶମ୍ଭୁପ୍ରସାଦ ନାଏକ ଘଟଣା ସ୍ଥଳରେ ପହଞ୍ଚି ପରିଚାଳନା କମିଟି ଓ ଗ୍ରାମବାସୀ ଉଭୟଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଓ ପରିଚାଳନା କମିଟିଙ୍କ ଜିଦ ଅଟଳ ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିଲା। ଫଳରେ ଶିକ୍ଷା ବିଭାଗ କାର୍ଯ୍ୟାଳୟ ବନ୍ଦ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା ବୋଲି ସିଆରସିସି ନାଏକ ପ୍ରକାଶ କରିଥିଲେ। ତେବେ ଶିକ୍ଷକଙ୍କୁ ସ୍କୁଲରେ ପୁନଃ ଅବସ୍ଥାପିତ କରା ନ ଯିବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀରେ ୮୭ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମାତ୍ର ୩ ଜଣ ଶିକ୍ଷକ ରହିଥିବା ଜଣାପଡିଛି। କିନ୍ତୁ ଏହି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ ସୁନା ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହେବା ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ଦେଖାଦେଇଛି। ଫଳରେ ଅଭିଭାବକ ମହଲ ଅସନ୍ତୋଷ ଦେଖାଦେଇଛି।

Pearl dental clinic
Near Ashish Medical Store, Bhawanipatna

ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଶୋବନ୍ତ ପଧାନ, ସଭ୍ୟ ଡିଙ୍ଗର ଭୋଇ, ଭେଳାରାମ ଧରୁଆ, ସୁରୁସିଂ ମାଝୀ, ଚତୁର୍ଭୁଜ ମାଝୀ, ମଛିନ୍ଦ୍ର ନନ୍ଦ, ହର ମାଝୀ, ବସନ୍ତ ଭୋଇ, ଗିରେସୀ କୁଅର, ଲୋଚନ ନାଗ, ବେନ୍ୟାବିନ ନନ୍ଦ, ୱାର୍ଡ ସଭ୍ୟ ସିଦ୍ଧେଶ୍ଵର ତାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ। ବିଜ୍ଞାନ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପରିଚାଳନା କମିଟି ଓ ଗ୍ରାମବାସୀମାନେ ସୂଚନା ଦେଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.