ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମରେ ବିଶ୍ବ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ହେଉଛି ଏହି ଦିବସର ଉଦ୍ଦେଶ୍ୟ ସୁସ୍ଥ ଓ ସ୍ଥିର ପରିବେଶ ହିଁ ଏକ ସୁସ୍ଥ ସମାଜର ମୂଳଦୁଆ। ପରିବେଶ ବଞ୍ଚିଲେ ଜୀବନ ତିଷ୍ଠି ରହିବ। ଏଣୁ ମାନବଜାତିକୁ ପୃଥିବୀ ଓ ଏହାର ସମ୍ବଳର ଉପଯୁକ୍ତ ସଂରକ୍ଷଣ କରିବା ଆବଶ୍ୟକ। ଜାଣତରେ ହେଉ ଅବା ଅଜାଣତରେ, ମଣିଷ ପ୍ରକୃତିକୁ ଦେଉଥିବା କଷ୍ଟକୁ ଅନୁତାପ କରିବାର ଆଜି ଦିନଟିଏ।

Omkar Vasthu
Omkar Vasthu

ତେବେ କେବଳ ଯେ, ଏଥିପାଇଁ ପଶ୍ଚାତାପ କଲେ ହେବନି, ପ୍ରକୃତିର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦିଗରେ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ବର୍ତ୍ତମାନ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ବିକାଶ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ବଢ଼ୁଥିବା ତାପମାତ୍ରା ଏବଂ ମୃତ୍ତିକା କ୍ଷୟ ଆଦି ଯୋଗୁଁ ପ୍ରାକୃତିକ ପରିବେଶ ବହୁମାତ୍ରାରେ ପ୍ରଭାବିତ ହେଉଛି। ଏଣୁ ପୃଥିବୀ ସମେତ ପାଣି, ପବନ, ଖଣିଜପଦାର୍ଥ ଆଦିର ସୁବିନିଯୋଗ କରିବା ଦିଗରେ ସମସ୍ତଙ୍କୁ ସଚେତନ ହେବା ଦରକାର। ତା’ସହ ଏହାର ସଂରକ୍ଷଣ ଦ୍ବାରା ଆଗାମୀ ପିଢ଼ି ସୁରକ୍ଷିତ ରହିବା ସହ ସେମାନେ ମଧ୍ୟ ଏ ଦିଗରେ ଯତ୍ନବାନ ହୋଇପାରିବେ। ଏହି ଦିନ ବୃକ୍ଷରୋପଣ, ଜଳ ଓ ବିଜୁଳି ଅପଚୟ କମ କରିବା ଲାଗି ବାର୍ତ୍ତା ଦିଆଯାଇ ବୃକ୍ଷ ରୋପଣ କରିବା ସହ ଶପଥ ପାଠ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତି ପ୍ରେମୀ ତଥା ଯୋଗ ଏବଂ ପ୍ରାକୃତିକ ଚିକତ୍ସକ ସନତ କୁମାର ସାହୁ, ସମାଜସେବୀ ତ୍ରିଲୋଚନ ସାହୁ, ରମେଶ ସାହୁ, ଗଜମୋହନ ସାହୁ, ଶିବପ୍ରସାଦ ସାହୁ, ହେମନ୍ତ ସାହୁ ଓ କାଶ୍ମୀରା ସାହୁ ସହଯୋଗ କରିଥିଲେ। 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.