ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ କୋଲକାତାଠାରେ ଆୟୋଜିତ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି। ଆଲୋଚନାଚକ୍ରର ଦ୍ୱିତୀୟ ଦିବସର ଅଧିବେଶନ “ନିରେନ୍ଦ୍ରନାଥ: ତାଙ୍କ ଗଦ୍ୟ” ଉପରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନରେ ପ୍ରଫେସର ରମେନ କୁମାର ସର ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଲେଖାର ଭାବପ୍ରବଣତା ତଥା ଆବେଦନ ସଂପର୍କରେ କହିଥିଲେ। ପ୍ରଫେସର ସୋନାଲି ଚକ୍ରବର୍ତ୍ତୀ ବାନାର୍ଜୀ ନିରେନ୍ଦ୍ରନାଥଙ୍କ ଆତ୍ମଜୀବନୀ ଲେଖା ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ସୁମିତା ଚକ୍ରବର୍ତ୍ତୀ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଗଦ୍ୟର ପୃଥକ ଦିଗ ସଂପର୍କରେ ଚର୍ଚ୍ଚା କରିଥିଲେ।

Omkar Vasthu
Omkar Vasthu

ପରବର୍ତ୍ତୀ ଅଧିବେଶନର ଶୀର୍ଷକ ଥିଲା “ନିରେନ୍ଦ୍ରନାଥ: ତାଙ୍କର କାଳ୍ପନିକ ଜଗତ”। ଏହି ଅଧିବେଶନରେ ପ୍ରଫେସର ମଧୁଶ୍ରୀ ସେନ ସାନ୍ୟାଲ ନିରେନ୍ଦ୍ରନାଥଙ୍କ ରହସ୍ୟ ମୂଳକ ଉପନ୍ୟାସ ଉପରେ କହିଥିଲେ। ପ୍ରଫେସର ପ୍ରସୂନ ଘୋଷ ପିଲାମାନଙ୍କ ପାଇଁ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଲେଖା ସଂପର୍କରେ ଆଲୋଚନା କରିଥିବାବେଳେ ପ୍ରଫେସର ସିଉଲି ସରକାର ଭ୍ରମଣ ରଚନା ବିଷୟରେ କହିଥିଲେ। ପଞ୍ଚମ ଅଧିବେଶନର ବିଷୟ ଥିଲା “କବି ନିରେନ୍ଦ୍ରନାଥ”। ଏହି ଅଧିବେଶନରେ ପ୍ରଫେସର ତରୁଣ ମୁଖୋପାଧ୍ୟାୟ ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ କବିତାର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସେହିପରି ପ୍ରଫେସର କୃଷ୍ଣରୂପ ଚକ୍ରବର୍ତ୍ତୀ ନିରେନ୍ଦ୍ରନାଥଙ୍କ କବିତାଗୁଡ଼ିକର ସଂରଚନା ଏବଂ ଆବୃତ୍ତି ସଂପର୍କରେ କହିଥିଲେ। ଉଦଯାପନୀ ବକ୍ତବ୍ୟ ପ୍ରଦାନ କରିଥିଲେ ପ୍ରଫେସର ଅଭିରୂପ ସରକାର। ନିରେନ୍ଦ୍ରନାଥଙ୍କ ସମଗ୍ର କୃତିର ଏକ ସାରମର୍ମ ପ୍ରଦାନ କରିବା ସହିତ ତାହା ମଧ୍ୟରେ ଥିବା ଯୋଗସୂତ୍ରକୁ ଉପସ୍ଥାପିତ କରିଥିଲେ। ନିରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ଜୀବନ ଏବଂ ସୃଜନକୁ ନେଇ ସାହିତ୍ୟ ଏକାଡେମୀ ଦ୍ୱାରା ନିର୍ମିତ ଏକ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରଦର୍ଶନ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ସୂଚନୋଯୋଗ୍ୟ ଯେ, ଦୁଇ ଦିନ ଧରି ଚାଲିଥିବା ଏହି ଆଲୋଚନାଚକ୍ରରେ ବହୁ ସାହିତ୍ୟିକ, ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.