ଶିକ୍ଷକ ବଦଳି ବାତିଲ ପ୍ରସଙ୍ଗ; ଦ୍ଵିତୀୟ ଦିନରେ ମଧ୍ୟ ତାଲାବନ୍ଦ ଆନ୍ଦୋଳନ, ନିରାଶ ଛାତ୍ରଛାତ୍ରୀ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତ ସ୍ଥିତ କେଓମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କୁ ବଦଳି ବାତିଲ ଘଟଣାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ତରଫରୁ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ ଜାରୀ ରହିଛି। ଏହାର ଦ୍ଵିତୀୟରେ ମଧ୍ୟ କୋଣସି ଅଧିକାରୀ କିମ୍ବା କର୍ମଚାରୀ ମଧ୍ୟ ବିଦ୍ୟାଳୟକୁ ଆସି ନ ଥିବା ଯୋଗୁଁ ବନ୍ଦ ରହିଥିଲା। ଫଳରେ ଅଭିଭାବକ ଓ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ କୁହୁଳୁଛି। ତେବେ ଶିକ୍ଷକଙ୍କୁ ସ୍କୁଲରେ ପୁନଃ ଅବସ୍ଥାପିତ କରା ନ ଯିବା ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ଖୋଲାଯିବ ନାହିଁ ବୋଲି କମିଟି ଚେତାବନୀ ଦେଇଛନ୍ତି।

Omkar Vasthu
Omkar Vasthu

ପ୍ରକାଶ ଯେ, ଏହି ବିଦ୍ୟାଳୟରେ ୮ଟି ଶ୍ରେଣୀ ରହିଥିବା ବେଳେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ମାତ୍ର 3 ଜଣ ଶିକ୍ଷକ ରହିଥିବା ଜଣାପଡିଛି। ଏହି ବିଦ୍ୟାଳୟରେ ଥିବା ବିଜ୍ଞାନ ଶିକ୍ଷକ ବିଜୟ ସୁନାଙ୍କୁ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି ହେବା ଯୋଗୁଁ ପାଠପଢ଼ାରେ ବାଧାପ୍ରାପ୍ତ ଦେଖାଦେଇଛି। ଫଳରେ ଅଭିଭାବକ ମହଲ ଅସନ୍ତୋଷ ଦେଖାଦେଇଛି। ଏ ନେଇ ପୂର୍ଵରୁ ପରିଚାଳନା କମିଟି ତରଫରୁ ବ୍ଲକ ଶିକ୍ଷା ବିଭାଗଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୋଣସି ପ୍ରକାଶ ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏହି ଆନ୍ଦୋଳନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯଶୋବନ୍ତ ପଧାନ, ସଭ୍ୟ ଡିଙ୍ଗର ଭୋଇ, ଭେଳାରାମ ଧରୁଆ, ସୁରୁସିଂ ମାଝୀ, ଚତୁର୍ଭୁଜ ମାଝୀ, ମଛିନ୍ଦ୍ର ନନ୍ଦ, ହର ମାଝୀ, ବସନ୍ତ ଭୋଇ, ଗିରେସୀ କୁଅର, ଲୋଚନ ନାଗ, ବେନ୍ୟାବିନ ନନ୍ଦ, ୱାର୍ଡ ସଭ୍ୟ ସିଦ୍ଧେଶ୍ଵର ତାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ। ଏ ନେଇ ସିଆରସିସି ଶମ୍ବୁ ନାଏକଙ୍କୁ ପଚାରିବାରୁ ମୁଁ ଅଫିସକୁ ଆସିଛି ବ୍ଲକ ଅଫିସରେ ବୈଠକ ହେବ। ଏହାପରେ ଜଣାପଡିବ ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ବିଜ୍ଞାନ ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ପରିଚାଳନା କମିଟି ଓ ଅଭିଭାବକମାନେ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.