ବୁଢ଼ାବାହାଲ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି

ପ୍ରଚାର ପ୍ରସାର ଅଭାବ ଯୋଗୁଁ ପଞ୍ଜିକୃତ ହେଲେ ମାତ୍ର ୭୯ ହିତାଧିକାରୀ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣୀରେ ଖଜୁରପଡା ଓ ବାବୁକେଲଗାଁ ବିଦ୍ୟାଳୟରେ ଶିକ୍ଷକ ଅଭାବ ସାଙ୍ଗକୁ ବିଦ୍ୟାଳୟର ଦୂର ଅବସ୍ଥା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଚଳିତ ଲଗାଣ ବର୍ଷାରେ ବନ୍ଦପଡା ଗାଁର ରେଣୁକା ସୁନା, ଖାରିବାହାଲ କୈଳାଶ ସୁନା ଓ ମାୟାମୁଣ୍ଡା ଗାଁର କ୍ଷମା ସାହୁଙ୍କ ଘର ବର୍ଷା ପାଣିରେ ଭୁଶୁଡି ପଡ଼ିଥିବା ନେଇ ଅଭିଯୋଗ କରିଥିଲେ। ଏପରିକି ରାଜସ୍ୱ ନିରୀକ୍ଷକ ଶୁଣାଣି ସମୟରେ ଅନୁପସ୍ଥିତ ରହିଥିବାରୁ କୋଣସି ସମାଧାନ ହୋଇପାରି ନ ଥିଲା। ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ମାଲପଡା ଦିବାକର ସାହୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଆବାସ ଯୋଜନା ଓ ବ୍ୟବସାୟୀ ପାଇଁ ରଣ ପ୍ରଦାନ ପାଇଁ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତ ତରଫରୁ ରେମେଣ୍ଡା ଗାଁରେ ସିଏଫସି ଫଣ୍ଡରେ ପୋଖରୀ ଖନନରେ ଅଧାପନ୍ତିଆ ହୋଇଛି। ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖଜୁରପଡା ଗାଁରେ ଅଧିକାଂଶ ଲୋକଙ୍କ ଘରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ପାଇଖାନା ନିର୍ମାଣ ହୋଇ ନ ଥିବାରୁ ତାହା ତଦନ୍ତ କରି ହିତାଧିକାରୀଙ୍କୁ ଦେବା ପାଇଁ ଦାବୀ କରିଥିଲେ। ବନ୍ଦପଡା ରୁ ଗିରିଗୋବର୍ଦ୍ଧନ ମନ୍ଦିର ଦେଇ ଯାଉଥିବା ରାସ୍ତାରେ ଏକ ପୋଲ ନିର୍ମାଣ ପାଇଁ ୱାର୍ଡ ମେମ୍ବର ମୋହନ ସୁନା ଅଭିଯୋଗ କରିଥିଲେ। ବାବୁକେଲଗାଁ ଠାରେ ଏକ ସରକାରୀ ଜାଗା ଥିବା ବେଳେ ସେଠାରେ ମାଉସୀ ମନ୍ଦିର ନିର୍ମାଣ ପାଇଁ ସାଂସଦ ଫଣ୍ଡରୁ ୩ ଲକ୍ଷ ଟଙ୍କା ଅନୁଦାନ ଆସିଥିବା ଶୀଘ୍ର ଜାଗା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Omkar Vasthu
Omkar Vasthu

ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ବହୁ ଗରିବ ହିତାଧିକାରୀମାନେ ରେସନ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ। ଏହି ଶୁଣାଣିରେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ସୋମବାର ଦିନ ହେଉଥିବା ବେଳେ ପ୍ରଚାର ପ୍ରସାର ଅଭାବ ଯୋଗୁଁ କମ ସଂଖ୍ୟାକ ହିତାଧିକାରୀମାନଙ୍କୁ ଦେଖିବାକୁ ମିଳିଥିଲା। ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ବେଳେ ପୋଲିସ, ବନ ବିଭାଗ, କେନ୍ଧୁଲିପ ବିଭାଗ ଓ ରାଜସ୍ୱ ବିଭାଗର କୋଣସି ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳି ନ ଥିଲା। ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଏପିଓ ବନଜା ବାସିନୀ ଦାସ, ସିଡିପିଓ ଗୋଲାପୀ ନାଏକ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ବିଭାଗର କିରଣ ପାଣିଗ୍ରାହୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ, ଆଲୋକ ମାଝୀ, ରାଧକାନ୍ତ ଭୋଇ, ଗ୍ରାମ୍ୟ କୃଷି କର୍ମଚାରୀ ଲକ୍ଷପତି ଭୋଇ, ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ ବିଜୟ ସେଲମା, ଜିଆରଏସ ତରୁଣ ରଣା, ବିଏଲସି ବିଭାଗର ଝୁଲଣା ବାଗ, ୱାଟର ସେଟ ବିଭାଗର ମନୋରଞ୍ଜନ ପଟେଲ, ବିଦ୍ୟୁତ ବିଭାଗ ସୁପରଭାଇଜର ସଚିଦା ନନ୍ଦ ନନ୍ଦଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ। ଏହି ଅଭିଯୋଗ ଶୁଣାଣିରେ ୭୯ ଜଣ ହିତାଧିକାରୀ ପଞ୍ଜିକୃତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.