ତେନ୍ତୁଳିଖୁଣ୍ଟି ରାସ୍ତା ଭାରି ହିନସ୍ଥା, ଲୋକେ ଗୁହାରି କରିବେ କାହାକୁ???

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନୁର୍ଗତ ଚାରଭାଟି ତେନ୍ତୁଳିଖୁଣ୍ଟି ମୁଖ୍ୟ ରାସ୍ତା ଅତି ଶୋଚନୀୟ ଅବସ୍ଥା ଥିବା ଦେଖ‌ିବାକୁ ମିଳିଛି। ଚାରଭାଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରୁ ତେନ୍ତୁଳିଖୁଣ୍ଡି ଚାରି ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଗତ କେଇମାସ ତଳେ ନିର୍ମାଣ କାର୍ଯ୍ୟ କରାଯାଇଥିଲା, ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ସହ ବେପରୁଆ ସମ୍ପାଦନା ଯୋଗୁଁ ରାସ୍ତା ଲୋକଙ୍କ ସୁବିଧା କରିବା ବଦଳରେ ଖାଲ ଖମାରେ ଅସୁବିଧା ସୃଷ୍ଟି କରୁଛି।

କେନାଲ ଠାରୁ ଗାଁକୁ ଆସୁଥୁବା ଗ୍ରାମ ରାସ୍ତା ମଧ୍ୟ ଆଣ୍ଠୁଏ କାଦୁଅ ଯୋଗୁଁ ଲୋକେ ବିଭିନ୍ନ ପ୍ରକାର ହଇରାଣ ହେବା ସ‌ହ ନିଜ ଚାଷ ଜମିକୁ ହଲ ନଗଲ ନେବା ସହ ସମସ୍ୟା ଭୋଗୁଛନ୍ତି। ଚାରଭାଟି ଗ୍ରାମ ପଂଚାୟତର ସରପଂଚ ନିଜେ ତେନ୍ତୁଳିଖୁଣ୍ଟି ଗ୍ରାମ ବାସିନ୍ଦା ହୋଇଥିବା ବେଳେ ସଂପୂକୁ ଗ୍ରାମର ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାର ହାଲ ବେହାଲ ହୋଇଥିବା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ ଯଥା ଶୀଘ୍ର ଏହି ରାସ୍ତାର ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.