ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା: ଶୋଭାଯାତ୍ରାରେ ଘରେ ଛାଡ଼ିଲେ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପ୍ରହରାଜଙ୍କ ଅବସର ଗ୍ରହଣ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା କରାଯାଇଥିଲା। ଏଥିରେ ଶିକ୍ଷକ କୁନୁ ରଥ, ମୁକେଶ ହୋତା, ତ୍ରିଲୋଚନ ମହାଖୁଡ଼, ମ୍ୟାନେଜର ସାହୁ, ମଧୁସୂଦନ ସିଂହ, ପ୍ରମୁଖ ଉପସ୍ଥିତ ରହି ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କ ବିଷୟରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିବା ସହିତ ତାଙ୍କରି ଆଗାମୀ ଜୀବନର ମଙ୍ଗଳ କାମନା କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହରାଜ ପ୍ରଧାନ ଶିକ୍ଷକ ରହିବା ସହିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଦୀର୍ଘ ଦିନ ଧରି ସଭାପତି ରହି ଶିକ୍ଷକଙ୍କ ବିଭିନ୍ନ ସମସ୍ୟାକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଉଥିଲେ ବୋଲି ଶିକ୍ଷକମାନେ ପ୍ରକାଶ କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ପରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଝିପି ଝିପି ବର୍ଷାରେ ଏକ ଶୋଭାଯାତ୍ରା କରି ତାଙ୍କ ବାସଭବନକୁ ଛାଡ଼ିବାକୁ ଯାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.