ଟାଙ୍ଗିଆରେ ହାଣି ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଥାନାରେ ଅଟକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ମାଝୀଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଟାଙ୍ଗିଆରେ ହାଣି ଜଣେ ବିଧବା ମହିଳାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତା ମହିଳା ଜଣକ ମାଝୀଗୁଡା ଗ୍ରାମର କାଲେନ୍ଦ୍ରୀ ତାଣ୍ଡି (୬୧)। ଅଭିଯୁକ୍ତ ଶ୍ରୀକରଙ୍କୁ ଧରି ଗାଁ ଲୋକେ ଥାନାରେ ଜିମା ଦେଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ପୁଲିସ ଛାନଭିନ ଆରମ୍ଭ କରିଛି। ସୂଚନା ଅନୁସାରେ, ବୁଧବାର ସକାଳେ ବୃଦ୍ଧା କାଲେନ୍ଦ୍ରୀ ଗାଧୋଇ ସାରି ଘର ନିକଟରେ ଥିବାବେଳେ ତାଙ୍କୁ ଗ୍ରାମର ଶ୍ରୀକର ପୁଞ୍ଜି ଟାଙ୍ଗିଆରେ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ କାଲେନ୍ଦ୍ରୀ ଟଲିପଡିଥିବା ବେଳେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Omkar Vasthu
Omkar Vasthu

ଏନେଇ ମୃତକଙ୍କ ଝିଅ ଜ୍ବାଇଁ କୋକସରା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଲିସ ଶବ ଜବତ୍ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏବଂ ଘଟଣାର ଛାନଭିନ ଆରମ୍ଭ କରିଥିବାବେଳେ ଗାଁଲୋକେ ଅଭିଯୁକ୍ତ ଶ୍ରୀକରଙ୍କୁ ଭିଡ଼ି ଆଣି ଥାନାରେ ଜିମା ଦେଇଥିବା ଜଣାପଡିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ହତ୍ୟା ଘଟିଛି ତାହାର କାରଣ ଜଣାପଡ଼ିନାହିଁ। ଏନେଇ କୋକସରା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଭିଯୁକ୍ତ ଶ୍ରୀକରଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.